ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲ୍କା କରିଥାଏ ସଙ୍ଗୀତ। ତେଣୁ ଅବସର ସମୟରେ ଅନେକେ ମନ ପସନ୍ଦର ସଙ୍ଗୀତ ଶୁଣିବାକୁ ପସନ୍ଦ କରିଥାଆନ୍ତି। ଏଭଳି ଅଭ୍ୟାସ ଜଣେ ବ୍ୟକ୍ତିର ଏକାଗ୍ରତା ଉପରେ ସୁପ୍ରଭାବ ପକାଇଥାଏ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯଦି ଜଣେ ମନ ପସନ୍ଦର ଗୀତ ଶୁଣନ୍ତି ତେବେ କୌଣସି କାମ କରିବା ସମୟରେ ଏକାଗ୍ରତା ଆହୁରି ବଢ଼ିଥାଏ । ‘ଏକାଗ୍ରତା ଏବଂ ସଙ୍ଗୀତ’ ବିଷୟ ଉପରେ ଲଣ୍ଡନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରି ଗୋଟିଏ ଗ୍ରୁପ୍ର ବ୍ୟକ୍ତିମାନଙ୍କୁ ପ୍ରତିଦିନ କିଛି ସମୟ ନିଜ ମନ ପସନ୍ଦର ଗୀତ ଶୁଣିବାକୁ ପରାମର୍ଶ ଦେଇଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ କାମ କରିବା ସମୟରେ ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କର ଏକାଗ୍ରତା ଆହୁରି ବଢ଼ିଥିଲା ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।