ଏକାଗ୍ରତା ବଢ଼ାଏ ସୋସିଆଲ ମିଡିଆ

ଆଜିକାଲି ସୋସିଆଲ ମିଡିଆର ବହୁ ଚାହିଦା ରହିଛି। କେବଳ ଛାତ୍ରୀଛାତ୍ର ନୁହନ୍ତି, ଯୁବପିଢ଼ି ହୁଅନ୍ତୁ ଅବା ବୟସ୍କ ପ୍ରାୟ ସମସ୍ତେ ଏହି ମାୟାରେ ପଡ଼ିଛନ୍ତି। କାରଣ ଏହା ବିିଭିନ୍ନ ତଥ୍ୟରେ ପରିପୂର୍ଣ୍ଣ ଏବଂ ଯୋଗାଯୋଗର ଅନ୍ୟତମ ପ୍ରମୁଖ ମାଧ୍ୟମ। ଏହାର ସୁପ୍ରଭାବ ବିଷୟରେ ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀଙ୍କ ଦ୍ୱାରା ଏକ ସର୍ଭେ କରାଯାଇଥିଲା। ଏଥିରୁ ଏକ କୌତୂହଳପୂର୍ଣ୍ଣ ତଥ୍ୟ ଜଣାପଡ଼ିଛି। ସଦ୍ୟ ପ୍ରକାଶିତ ରିପୋର୍ଟରେ ସେମାନେ ଏ ନେଇ ଉଲ୍ଲେଖ କରିଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳୟର ମନୋ ବିଜ୍ଞାନୀମାନେ ‘ସୋସିଆଲ ମିଡିଆର ସୁପ୍ରଭାବ’ ନାମକ ବିଷୟବସ୍ତୁକୁ ନେଇ ଏକ ସର୍ଭେ କରିଥିଲେ। ଏହାର ପରସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ଅଧିକାଂଶ ସମୟ ସୋସିଆଲ ମିଡିଆ ସହ ନିଜକୁ ଜଡ଼ିତ ରଖୁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ଏକାଗ୍ରତା ଆହୁରି ଦୃଢ଼ ହେଉଥିବା ଜଣାପଡ଼ିଥିଲା।