ଏକାଠି ଥିବା କଲେଜରୁ ଅଲଗା ହେବ ଯୁକ୍ତ ୨, ଯୁକ୍ତ ୩: ଅରୁଣ ସାହୁ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ଶିକ୍ଷାର ଉନ୍ନତି ଆଣିବା ଲାଗି ରାଜ୍ୟ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଅନୁଯାୟୀ ଏଣିକି ଯୁକ୍ତ ୨ ଓ ଯୁକ୍ତ ୩କୁ ଅଲଗା କରାଯିବ। ଗୁରୁବାର ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଗୋଟିଏ କଲେଜରେ ଏକାଠି ଥିବା ଯୁକ୍ତ ୨ ଓ ଯୁକ୍ତ ୩କୁ ଅଲଗା କରାଯିବ। ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଯୁକ୍ତ ୩ କଲେଜରେ ରହିବେ। ସେହିଭଳି ଯୁକ୍ତ ୨ କଲେଜ ପାଇଁ ନୂତନ ନିଯୁକ୍ତି ହେବ। ଆସନ୍ତା ୩/୪ ବର୍ଷ ମଧ୍ୟରେ ନୂଆ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ। ଏବେ ଯେପରି କଲେଜ ଚାଲିଛି ସେଭଳି ଚାଲିବ। ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ଏହା ଶେଷ ହେବ ବୋଲି ବୈଠକ ଶେଷ ହେବା ପରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି।