ଚାଇନାର ଜଣେ ବ୍ୟକ୍ତି ୧୦ ବୋତଲ ମଦ ଏକାଥରକେ ପିଇଦେଇଥିଲେ। ଏହାର ପରିଣାମ ଯାହା ହେଲା ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଚାଇନାର ହୁ ନାମକ ଜଣେ ବ୍ୟକ୍ତି ଏକାଥରକେ ୧୦ ବୋତଲ ବିୟର୍ ପିଇଦେଇଥିଲେ। ମଦ ପିଇବା ପରେ ତାଙ୍କୁ ଏତେ ନିଶା ହୋଇଯାଇଥିଲା ଯେ ନିଶାରେ ୧୮ ଘଣ୍ଟା ପର୍ଯ୍ୟନ୍ତ ଶୋଇ ରହିଥିଲେ। ଫଳରେ ସେ ଏହି ସମୟ ମଧ୍ୟରେ ପରିସ୍ରା ଯାଇପାରି ନ ଥିଲେ। ନିଦ ଭାଙ୍ଗିବା ପରେ ତାଙ୍କ ପେଟ ଭୀଷଣ ଯନ୍ତ୍ରଣା ହେଉଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ସେ ଆଦୌ ହଲି ପାରୁ ନ ଥିଲେ। ଫଳରେ ତାଙ୍କୁ ଝେଜିୟାଙ୍ଗ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ମୁତ୍ରାଶୟ ୩ ଭାଗରେ ଫାଟିଯାଇଥିବା ଡାକ୍ତର କହିଥିଲେ।