କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଭାଗ୍ୟରେ ଯଦି ସେହି ଜଣକ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେ ନାହିଁ। ଏମିତି ଏକ ଘଟଣା ଦୁଇ ଯୁବକ ଯୁବତୀଙ୍କ ସହିତ ହୋଇଛି। ଯିଏ କି, ୨୬ ବର୍ଷ ପରେ ବିବାହବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କିନ୍ତୁ ଏମାନଙ୍କ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦୁଇଜଣଙ୍କ ଜନ୍ମ ଗୋଟିଏ ଦିନରେ ଆଉ ଗୋଟିଏ ହସ୍ପିଟାଲରେ ହୋଇଥିଲା। ଅଚାନକ ଏକ ପାର୍ଟିରେ ସାକ୍ଷାତ ଆଉ ତା’ ପରେ ବିବାହ କରିବାକୁ ଯାଉଛନ୍ତି। ଇଂଲଣ୍ଡର ଗ୍ରେଟର ମଞ୍ଚେଷ୍ଟରସ୍ଥିତ ଏକ ହସ୍ପିଟାଲରେ ସୋନା ଗ୍ରେସ ଏବଂ ଟ୍ରମ ମୈଗାୟରଙ୍କ ଜନ୍ମ ୧୯୯୨ ଡିସେମ୍ବର ୨୨ରେ ହୋଇଥିଲା। ଏହି ଦୁଇଜଣ ସେତେବେଳେ କୌଣସି ଚିହ୍ନା ଜଣା ନ ଥିଲେ। କିନ୍ତୁ ଭାଗ୍ୟ ଏମାନଙ୍କୁ ଏବେ ଏକାଠି କରିଦେଇଛି। ୨୦୧୦ରେ ଏହି ଦୁଇଜଣଙ୍କର ଏକ ପାର୍ଟିରେ ସାକ୍ଷାତ ହୋଇଥିଲା। ଏହା ପରେ ଟ୍ରମ ସୋନାଙ୍କୁ ଫେସ୍ବୁକରେ ଏକ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇଥିଲେ। ଟ୍ରମ ସୋନାଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ସୋନା ଟ୍ରମଙ୍କୁ ଜଣେ ଭଲ ସାଙ୍ଗ ଭାବୁଥିଲେ। ଅଚାନକ ସୋନା ଅନୁଭବ କଲେ ଯେ, ସେ ଟ୍ରମଙ୍କୁ ଭଲ ପାଇ ବସିଛନ୍ତି। କିଛିଦିନ କଥାବାର୍ତ୍ତା ପରେ ଦୁଇଜଣ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଏହା ପରେ ଦୁଇଜଣଙ୍କ ଜନ୍ମ ଗୋଟିଏ ଦିନରେ ଆଉ ଗୋଟିଏ ହସ୍ପିଟାଲରେ ହୋଇଥିବା ଜାଣଇବାକୁ ପାଇଥିଲେ। ୨୬ ବର୍ଷ ପରେ ଦୁଇଜଣ ବିବାହ କରିବାକୁ ଯାଉଥିବାରୁ ବହୁ ଖୁସି ଅଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।