Categories: ବାଣିଜ୍ୟ

ଏକାଧିକ ରାଜ୍ୟରେ ଅଫିସ୍‌ ଥିଲେ ଦେବାକୁ ହେବ ଜିଏସ୍‌ଟି

ନୂଆଦିଲ୍ଲୀ,୨୬-୬: କୌଣସି କମ୍ପାନୀର ଏକାଧିକ ରାଜ୍ୟରେ ଅଫିସ ଥିଲେ ତାହା ଜିଏସ୍‌ଟି ଅଧୀନକୁ ଆସିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଅର୍ଥାତ୍‌ ଗୋଟିଏ ରାଜ୍ୟର ଅଫିସ୍‌ରୁ ଅନ୍ୟ ରାଜ୍ୟରେ ଥିବା ଅଫିସକୁ ଯୋଗାଯାଉଥିବା ସେବା ଉପରେ ଜିଏସ୍‌ଟି ଲାଗୁ ହେବ। ଜିଏସ୍‌ଟି କାଉନସିଲ୍‌ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଏକ ସର୍କୁଲାର ସରକାର ଖୁବଶୀଘ୍ର ଜାରି କରିବାକୁ ଯାଉଛନ୍ତି ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ପୂର୍ବରୁ କର୍ନାଟକ ଅଥରିଟି ଫର୍‌ ଆଡଭାନ୍ସଡ ରୁଲିଂରେ ଏ ସମ୍ପର୍କରେ କୁହାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ହ୍ୟୁମାନ ରିସୋର୍ସେଜ ଓ ପେରୋଲ୍‌ ଭଳି ଇନ୍‌-ହାଉସ କାର୍ଯ୍ୟକଳାପ ଯଦି ଗୋଟିଏ ରାଜ୍ୟର ଏକ ସେଣ୍ଟରରୁ ଅନ୍ୟ ରାଜ୍ୟର ଅଫିସ ଲାଗି କରାଯାଏ, ତେବେ ଏହା ଉପରେ ଜିଏସ୍‌ଟି ଆଦାୟ କରାଯିବ। ଏଥିଲାଗି ଇନ୍‌ଭଏସ ଜାରି କରିବାକୁ ହେବ। ଉଦ୍ୟୋଗ ଜଗତ ପକ୍ଷରୁ ଏକାଧିକ ରାଜ୍ୟରେ ଥିବା ଅଫିସ ପାଇଁ ଜିଏସ୍‌ଟି ସ୍ଥିତି ସ୍ପଷ୍ଟ କରିବାକୁ ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ସାଧାରଣତଃ ପଚାରା ଯାଇଥିବା ପ୍ରଶ୍ନ ଛଳରେ ଏହି ସର୍କୁଲାରକୁ ଜାରି କରାଯାଇଛି।

Share