ଏକାମ୍ର ଟିକେଟ୍‌ ପାଇଁ କସରତ

ଭୁବନେଶ୍ୱର,୩।୪(ବନ୍ଦନା ସେଠୀ):ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ପ୍ରାର୍ଥତ୍ତ୍ୱକୁ ନେଇ ନେତା ଓ କର୍ମୀଙ୍କ ମହଲରେ ଦିନକୁ ଦିନ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଠାରୁ ୩ଥର ବିଜୟ ହାସଲ କରିଥିବା ବରିଷ୍ଠ ନେତା ଅଶୋକ ପଣ୍ଡାଙ୍କୁ ଏଥର ମଧ୍ୟ ଟିକେଟ ମିଳିବ ବୋଲି ତାଙ୍କ ସମର୍ଥକ କହିଛନ୍ତି। ହେଲେ ଦଳର ଅନ୍ୟତମ ଆଶାୟୀ ଓ୍ବାର୍ଡ ନଂ.୫୯ର କର୍ପୋରେଟର ବିରଞ୍ଚତ୍ ନାରାୟଣ ମହାସୁପକାର (ଲିଟୁ) ମଧ୍ୟ ଟିକେଟ ଲବିରେ ରହିଛନ୍ତି। ସେ ଅଶୋକଙ୍କୁ ଟକ୍କର ଦେବା ପାଇଁ ଲୋକବଳ ଯୋଗାଡ଼ରେ ଲାଗିଛନ୍ତି। ଟିକେଟ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏବେଠୁ ସେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ପଦଯାତ୍ରା ସହ ଲୋକଙ୍କ ସମର୍ଥନ ସାଉଣ୍ଟିବା ପାଇଁ ବିରଞ୍ଚତ୍ ନିଜ ସମର୍ଥକଙ୍କ ସହ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି। ଏହି କ୍ରମରେ ମଙ୍ଗଳବାର ସମର୍ଥକଙ୍କ ଗହଣରେ ବିରଞ୍ଚତ୍ ଗଣ୍ଡମୁଣ୍ଡା ବସ୍ତି ଓ ମହାକାଳେଶ୍ୱର ବସ୍ତିର ପ୍ରତି ଘରକୁ ଘର ବୁଲିଥିଲେ। ଲୋକଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କ ଦୁଃଖସୁଖ ପଚାରି ବୁଝିଥିଲେ। ଏନେଇ ବିରଞ୍ଚତ୍ କହିଛନ୍ତି, ଲୋକଙ୍କ ସମସ୍ୟା ବୁଝି ତାହାର ସମାଧାନ ପାଇଁ ଚେଷ୍ଟା କରିବି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନାକୁ କିପରି ଲୋକଙ୍କ ପାଖରେ ପହଞ୍ଚାଇବା, ଅଧୁରା ରହିଥିବା କାମକୁ ପୂରା କରିବା ହିଁ ମୋର ଲକ୍ଷ୍ୟ ରହିଛି। ଅପରପକ୍ଷେ ସୋମବାର ବିରଞ୍ଚତ୍ ନିଜ ସମର୍ଥକଙ୍କ ସହ ସାମନ୍ତରାପୁର ଛକଠାରୁ ତିନିମୁଣ୍ଡିଆ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।

Share