ଏକାସାଙ୍ଗରେ ୪ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଜୟପୁର,୧୭।୬: କରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜସ୍ଥାନର ନାଗୋରରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଡିଡଓ୍ବାନାର ଉତ୍ତମ ହସ୍ପିଟାଲରେ ସଞ୍ଜୁ ଦେବୀ ନାମ୍ନୀ ଜଣେ ମହିଳା ଏକାସାଙ୍ଗରେ ୪ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ସଞ୍ଜୁଙ୍କ ନର୍ମାଲ ଡେଲିଭରୀ ହୋଇଛି। ସଞ୍ଜୁ ୩ଟି ପୁଅ ଓ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ବେଳେ ସେ ଏବଂ ସମସ୍ତ ଶିଶୁ ସୁସ୍ଥ ରହିଥିବା ଜଣାପଡ଼ିଛି। ତେବେ ଶିଶୁଙ୍କ ଓଜନ କମ୍‌ ରହିଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଅପରପକ୍ଷେ ଏକାସାଙ୍ଗରେ ୪ଜଣ ପିଲା ଜନ୍ମହେବାରୁ ତାଙ୍କର ଲାଳନପାଳନ ଓ ପୃଷ୍ଟିକର କରିବା ଏତେଟା ସହଜ ହେବ ନାହିଁ ବୋଲି ପରିବାର ଲୋକ ଚିନ୍ତା ପ୍ରକାଶ କରିଛନ୍ତି। କାରଣ ସଞ୍ଜୁଙ୍କ ସ୍ବାମୀ ଜଣେ ଶ୍ରମିକ। ରାଜ୍ୟରେ ଏହି ଘଟଣା ଏବେ ଚାଞ୍ଚଲ୍ୟକର ସୃଷ୍ଟି କରିଛି।

Share