ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ଜନ୍ମଦିନରେ ଖୁବ୍‌ ମଜା କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ବେଳେ ବେଳେ ଆସି ଯାଆନ୍ତି ଚର୍ଚ୍ଚାକୁ। ବିଶେଷ କରି ତାଙ୍କ ଲଭ୍‌ ଅଫେୟାର୍ସ ହେଉ ଅବା ତାଙ୍କ ବିବାହ ଏସବୁ ପାଇଁ ସେ ଥାଆନ୍ତି ଖବରର ଶିରୋନାମାରେ। ଗତ ୯ ତାରିଖରେ ସଲମାନଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ ସଙ୍ଗିତା ବିଜଲାନିଙ୍କର ଥିଲା ଜନ୍ମଦିନ। ଆଉ ଏହି ଅବସରରେ ସଲମାନ ତାଙ୍କ ର୍ୟୁମର ଗର୍ଲ ଫ୍ରେଣ୍ଡ ୟୁଲିୟା ବନ୍ତୁରଙ୍କ ସହ ସେଠାରେ ପହଞ୍ଚିଥିଲେ। ଏବେ ସେହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସଲମାନ ସଙ୍ଗିତାଙ୍କର ଖୁବ୍‌ ନିକଟରେ ଥିବା ବେଳେ ପାଖରେ ଅଛନ୍ତି ୟୁଲିୟା। ତେବେ ସଙ୍ଗିତାଙ୍କ ଜନ୍ମଦିନ ପାର୍ଟିରେ ସଲମାନ ପହଞ୍ଚିବା ଯେତିକି ଆଶ୍ଚର୍ଯ୍ୟ ସୃଷ୍ଟି କରି ନ ଥିଲା ସେଠାରେ ୟୁଲିୟାଙ୍କୁ ଦେଖି ପ୍ରାୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହେଲେ ଉଭୟ ସେଠାରେ ଖୁବ୍‌ ମସ୍ତି କରିଥିଲେ। ଆଉ କମ୍ଫଟେବଲ୍‌ ବି ଥିଲେ।

Share