ଏକ୍ସ-ବୟଫ୍ରେଣ୍ଡ୍‌ଙ୍କୁ ମନେପକାଇ ଗୀତ ଗାଇଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବେ ଟେଲିଭିଜନ ଶୋ’ ‘ଇଣ୍ଡିଆନ ଆଇଡଲ ୧୧’ର ଜଜ୍‌ କରୁଛନ୍ତି। ଏହି ଶୋ’ର ଏକ ସ୍ବତନ୍ତ୍ର ଏପିସୋଡ ‘ଶାଦି ସ୍ପେଶାଲ’ରେ ନେହା ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ପାଇଁ ଏ ଦିଲ୍‌ ହୈ ମୁସ୍କିଲ ଫିଲ୍କର ‘ଚନ୍ନା ମେରେୟା’ ଗୀତ ଗାଇଛନ୍ତି। ନେହା ଏହି ଗୀତ ଗାଉଥିବା ସମୟର ଏକ ଭିଡିଓଟି ଶୋ’ର ଅଫିସିଆଲ ୱେବ ସାଇଟରେ ଶେୟାର୍‌ କରାଯାଇଛି। ଶୋ’ରେ ଜଣେ ପ୍ରତିଯୋଗୀ ‘ଚନ୍ନା ମେରେୟା’ ଗୀତ ଗାଇଥିଲେ। ଏହାକୁ ଶୁଣିବା ପରେ ନେହା କକ୍କର ମଧ୍ୟ ପୁରୁଣା ବୟଫ୍ରେଣ୍ଡ ହିମାଂଶଙ୍କ କଥା ମନେପକାଇ ‘ମୁଁ ବି ମୋ ଏକ୍ସ-ବୟଫ୍ରେଣ୍ଡ ପାଇଁ ଏହି ଗୀତଟି ଗାଇବାକୁ ଚାହୁଁଛି’ ବୋଲି କହି ଗାଇଥିଲେ। ସୂଚନାଯୋଗ୍ୟ, ନେହା ଏବଂ ହିମାଂଶ କୋହଲିଙ୍କ ମଧ୍ୟରେ ଦୀର୍ଘ ୪ ବର୍ଷ ପ୍ରେମ ସମ୍ପର୍କ ଥିଲା। ଉଭୟ ଏହାକୁ ସ୍ବୀକାର ମଧ୍ୟ କରିଥିଲେ। କିନ୍ତୁ ଚଳିତବର୍ଷ ପ୍ରାରମ୍ଭରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏଥିରେ ଭାଙ୍ଗିପଡି ସୋସିଆଲ ମିଡିଆରେ ନିଜ ମନର କଥା ନେହା ଖୋଲି କହିଥିଲେ।

Share