ଏକ୍‌ଜିଟ୍‌ ପୋଲ୍‌ଠାରୁ ସମ୍ପୂର୍ଣ୍ଣ ଅଲଗା ହେବ ଫଳାଫଳ: କଂଗ୍ରେସ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇ ଗଲାଣି। ଏକ୍‌ଜିଟ୍‌ ପୋଲ୍‌ କହୁଛି ଏଥର ପୁଣିଥରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ସରକାର ଗଠନ କରିବ। ହେଲେ ଭାରତୀୟ ଜନତା ପାର୍ଟି(ଭାଜପ) କହୁଛି ମୋତେ ମିଳିବ ବହୁମତ। ଏକ୍‌ଜିଟ୍‌ ପୋଲ୍‌ରେ କଂଗ୍ରେସର ଏକ ପ୍ରକାର ନାଁ ନ ଥିବା ବେଳେ ଇତି ମଧ୍ୟରେ କଂଗ୍ରେସ କହିଛି ଫଳାଫଳ ହେବ ସମ୍ପୂର୍ଣ୍ଣ ଅଲଗା। କଂଗ୍ରେସ ନେତା ପିସି ଚାକୋ ରବିବାର ଏହା କହିଛନ୍ତି। କଂଗ୍ରେସ ତା’ର ସ୍ଥିତି ବଜାୟ ରଖିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ମଙ୍ଗmଳବାର ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ଏବେଠାରୁ ଏହାକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି।

Share