ଏକ୍‌ଜିଟ୍‌ ପୋଲ୍‌ ଓ ନିର୍ବାଚନ ଫଳାଫଳ ମଧ୍ୟରେ ରହିଛି ବହୁତ ପାର୍ଥକ୍ୟ: ଜାଭେଡକର

ନୂଆଦିଲ୍ଲୀ,୯।୨: ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। ଇତିମଧ୍ୟରେ କିନ୍ତୁ ଏକ୍‌ଜିଟ୍‌ ପୋଲ୍‌ ଫଳଫଳକୁ ନେଇ ପୁଣି ଅଙ୍କକଷା ଆରମ୍ଭ ହୋଇଗଲାଣି। ଆଉ ଏହି ଏକ୍‌ଜିଟ୍‌ ପୋଲ୍‌ କହୁଛି ପୁଣିଥରେ ଦିଲ୍ଲୀରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ସରକାର ଗଠନ କରିବ। ଏହାକୁ ଦେଖିବା ପରେ ପ୍ରତିକ୍ରିୟା ରଖିଛି ଭାରତୀୟ ଜନତା ପାଟି(ଭାଜପା)। ବିଭିନ୍ନ ଗଣମାଧ୍ୟମର ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ କହୁଛି ଏଥର ଏଏପି ୫୯-୬୯ ଆସନରେ ବିଜୟ ଲାଗ କରିବ ଆଉ ଭାଜପା ଅତି ବେଶୀରେ ୧୧ ଆସନରେ ବିଜୟ ହାସଲ କରିପାରେ। ଏହାକୁ ଦେଖିବା ପରେ ଭାଜପା ନେତା ପ୍ରକାଶ ଜାଭଡେକର କହିଛନ୍ତି ଏକ୍‌ଜିଟ୍‌ ପୋଲ୍‌ ଓ ନିର୍ବାଚନ ଫଳଫଳ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ବୋଲି ମଧ୍ୟ ଅତୀତରେ ପ୍ରମାଣ ହୋଇସାରିଛି। ତେଣୁ ଏଥର ଦିଲ୍ଲୀରେ ଭାଜପା ଶାସନ କ୍ଷମତା ହାତକୁ ନେବ ବୋଲି ସେ କହିଛନ୍ତି। ତେଣୁ ଆସନ୍ତା ୧୧ରେ ଏହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

Share