Categories: ଜାତୀୟ

ଏକ୍‌ଜିଟ୍‌ ପୋଲ୍‌ ପରେ ମହଙ୍ଗା ହେଲା କ୍ଷୀର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। କିନ୍ତୁ ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଏବେ ରାଜନୀତି ଭିନ୍ନ ବାତାବରଣରେ ଗତି କରୁଛି। ଏହି ସମୟରେ କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି ହୋଇଛି। ପ୍ରଥମେ ଅମୁଲ କମ୍ପାନୀ ଏହାକୁ ଲାଗୁ କରିଥିବା ବେଳେ ଏହି ଦାମ୍‌ ମଙ୍ଗଳବାରଠାରୁ ଲାଗୁ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଗୋଖାଦ୍ୟର ମୂଲ୍ୟବୃଦ୍ଧି ଯୋଗୁଁ ଏପରି କରାଯାଇଥିବା କୁହାଯାଏ।

Share