ନୂଆଦିଲ୍ଲୀ,୩୦ା୧: ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସେଦିନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏକ୍ଜିଟ ପୋଲ୍ ଉପରେ ନିର୍ବାଚନ କମିଶନ (ଇସି) କଟକଣା ଜାରି କରିଛନ୍ତି। ଏହି ସମୟ ମଧ୍ୟରେ ବୁଥ୍ ଫେରନ୍ତା ଜନମତ ସର୍ଭେ କରାଯାଇପାରିବ ନାହିଁ। ଉକ୍ତ ସମୟ ମଧ୍ୟରେ ଏହାକୁ କୌଣସି ଛପା କିମ୍ବା ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ପ୍ରସାରଣ କରାଯିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।