‘ଏକ୍‌ ଭିଲେନ୍‌’ ସିକୁଏଲରେ ନଜର ଆସିବେ ତାରା ସୁତରିୟା

୨୦୧୪ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ ‘ଏକ୍‌ ଭିଲେନ’କୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏବେ ଏହାର ଏହାର ସିକୁଏଲ ହେବ। ଏଥର ଫିଲ୍ମରେ ଜନ୍‌ ଅବ୍ରାହମ୍‌, ଆଦିତ୍ୟ ରୟ କପୁର ଏବଂ ଦିଶା ପଟାନୀ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି। ଏବେ ଏହି ତାଲିକାରେ ଆଉ ଜଣେ ଅଭିନେତ୍ରୀଙ୍କ ନାମ ଯୋଡି ହୋଇଯାଇଛି। ସେ ହେଲେ ତାରା ସୁତରିୟା। ତେବେ ତାରାଙ୍କୁ ଫିଲ୍ମରେ ଆଦିତ୍ୟଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ତାଙ୍କ ଚରିତ୍ର ଜଣେ ସିଙ୍ଗରର ରହିଛି। ଫିଲ୍ମର ଶୁଟିଂ ଚଳିତ ବର୍ଷରୁ ଆରମ୍ଭ ହେବ ବୋଲି ଜଣାପଡ଼ୁଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ମୋହିତ ସୁରୀ।

Share