Categories: ଜାତୀୟ

ଏକ କୋଟି ଟଙ୍କା ନେଇ ଯାଉଥିବା ବ୍ୟାଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୪ କର୍ମଚାରୀ ମୃତ

ଶ୍ରୀନଗର,୫।୧୧: ଜମ୍ମୁ-କଶ୍ମୀର ବ୍ୟାଙ୍କର ଏକ ଭ୍ୟାନ୍‌ ସୋମବାର ରାତିରେ କଠୁଆରୁ ବାନି ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଏକ କୋଟି ଟଙ୍କା ଥିବା ବେଳେ ୪ ବ୍ୟାଙ୍କ କର୍ମଚାରୀ ରହିଥିଲେ। ଦୁର୍ଘଟଣାରେ ୪ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭ୍ୟାନ୍‌ଟି ବାନିଠାରୁ ପାଖାପାଖି ୧୭ କିଲୋମିଟର ଦୂରରେ ଥିବା ଏକ ୫ଶହ ମିଟର ଖାଲରେ ପଡିଯିବାରୁ ଏଥିରେ ଥିବା ବ୍ୟାଙ୍କ କର୍ମଚାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି। ତେବେ ଭ୍ୟାନରେ ଥିବା ଟଙ୍କାକୁ ପୋଲିସ ଜବତ କରି ବ୍ୟାଙ୍କ ଜିମା ଦେଇଛି।

Share