ଏକ ଦିବସୀୟ ଫୁଟବଲ୍‌: ନିମେଇସାପୁର ଚାମ୍ପିୟନ

ବିରିଡ଼ି/ବାଲିଆ,୧୩ା୧୧(ଡି.ଏନ.ଏ): ବିରିଡି ବ୍ଲକ ୨୨ମୌଜା ମଇଁନ୍ଦିପୁର-କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ୩୭ତମ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ବୈଦ୍ୟନାଥ କ୍ରୀଡ଼ା ସଂସଦ ଖେଳପଡିଆରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏହାକୁ ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକ ଉଦ୍‌ଘାଟନ କରିଥିଲେ। ଯୁବକ ସଂଘ ସଭାପତି ରାସବିହାରୀ ଦାସ, ରମାକାନ୍ତ ଭୋଇ, ପୁରଣ ସରପଞ୍ଚ ସୁଭଦ୍ରା ଭୋଇ, ଟୁର୍ନାମେଣ୍ଟ ଅଧ୍ୟକ୍ଷ ବିମ୍ବାଧର ଦାଶ, କ୍ରୀଡ଼ା ସମ୍ପାଦକ ସତ୍ୟ ପଟ୍ଟନାୟକ, ଯୁବକ ସଂଘ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ଉପସଭାପତି ବିଶ୍ୱଜିତ ପଟ୍ଟନାୟକ, ଯୁବନେତା ପ୍ରକାଶ ଦାସ, ମିହିର ପଟ୍ଟନାୟକ ଉପସ୍ଥିତ ଥିଲେ। ଟୁର୍ନାମେଣ୍ଟରେ ମଦନମୋହନ ଫୁଟବଲ ଟିମ ଉସୁମା, ଆଥ୍‌ଲେଟିକ ଫୁଟବଲ କ୍ଲବ ନିମେଇସାପୁର, ଇଲେଭେନ ଗନ କ୍ଲବ ତିନିଘରିଆ, ସିଦ୍ଧ ଗାୟତ୍ରୀ ଫୁଟବଲ ଟିମ ବାରଡିଆ, ପି. ମହାବୀର ଫୁଟବଲ ଟିମ କଟକ, ଆଲମ ଗିରି ଫୁଟବଲ ଟିମ ସାଇଁସ, ମହାଲକ୍ଷ୍ମୀ ଫୁଟବଲ କ୍ଲବ ବିଲୁଆଖାଇ, ମା’ ବରୁଣେଇ ଫୁଟବଲ ଟିମ ଦହିଗଁା ଭାଗ ନେଇ ଖେଳ ପଦର୍ଶନ କରିଥିଲେ। ସେମି ଫାଇନାଲରେ ନିମେଇସାପୁର ବାରଡ଼ିଆକୁ ଭେଟିଥିଲା। ଟାଇବ୍ରେକର ଜରିଆରେ ନିମେଇସାପୁର ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ଖାନନଗର ଓ ଦହି ଗଁା ସେମିରେ ପରସ୍ପରକୁ ଭେଟିଥିଲେ। ଏଥିରେ ଖାନନଗର ବିଜୟୀ ହୋଇଥିଲା। ଫାଇନାଲ ଖେଳ ଆଥଲେଟିକ ଫୁଟବଲ କ୍ଲବ ନିମେଇସାପୁର, ପି. ମହାବୀର ଟିମ ଖାନନଗର କଟକ ମଧ୍ୟରେ ହୋଇଥିଲା। ଶେଷ ପର୍ଯ୍ୟନ୍ତ କେହି କାହରିକୁ ଗୋଲ ଦେଇ ପାରି ନ ଥିଲେ। ଶେଷରେ ଟ୍ରାଇବ୍ରେକର ଜରିଆରେ ନିମେଇସାପୁର ପି. ମହାବୀର ଫୁଟବଲ ଟିମ ଖାନନଗର କଟକକୁ ୫-୪ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ପୁରସ୍କାର ବିତରଣୀ ସଭାରେ ଯୁବକ ସଂଘ ଅଧ୍ୟକ୍ଷ ବିମ୍ବାଧର ଦାସ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥିଭାବେ ରାଜ୍ୟ ମାନବିକ ଅଧିକାର କମିଶନର ସଦସ୍ୟ ଅସିମ ଅମିତାଭ ଦାଶ, ମୁଖ୍ୟବକ୍ତା କାଜୁ ନିଗମ ଅଧ୍ୟକ୍ଷ ତଥା ଜିଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ, ସମ୍ମାନିତ ଅତିଥି ଦେବକାନ୍ତ ମହାନ୍ତି, ବିରିଡ଼ି ବିଜେଡି ସଭାପତି ରବୀନ୍ଦ୍ର ରାଉଳ ଯୋଗଦେଇ ଚାମ୍ପିୟନ ଟିମକୁ କପ ସହ ୮୦୦୧ଟଙ୍କା ଓ ରନର୍ସଅଫ ଟିମକୁ ରନର୍ସକପ ସହ ୬୦୦୧ଟଙ୍କା ପ୍ରଦାନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ କାଳନ୍ଦୀ ଚରଣ ବସ୍ତିଆ, ଅରୁଣ ଦାସ, ଶିବପ୍ରସାଦ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଖେଳ ପରିଚାଳନା କରିଥିଲେ ରେଫରି ବ୍ରହ୍ମାନନ୍ଦ ଭୋଇ, ସଞ୍ଜୀବ ଦାଶଳ ଦୁର୍ଗା ଆଚାର୍ଯ୍ୟ ଓ ସୁନିଲ ପଟ୍ଟନାୟକ। ପ୍ରବୀର ଦାସ ଧାରାବିବରଣୀ ପ୍ରଦାନ କରିଥିଲେ।