Categories: ଜାତୀୟ

ଏକ ଦେଶ ଏକ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ସହମତି ଆବଶ୍ୟକ: ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୧୭।୧୧: ଏକ ଦେଶ ଏକ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳଙ୍କ ମଧ୍ୟରେ ସହମତି ପ୍ରକାଶ ପାଇବାର ଆବଶ୍ୟକତା ରହିଛି। ଏନେଇ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଏହା ଶୀଘ୍ର ହୋଇପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ସୂଚନା ଦେଇଛନ୍ତି। ନିରମା ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି। ଦେଶରେ ୧୯୬୭ ପର୍ଯ୍ୟନ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି ହେଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏନେଇ ପ୍ରୟାସ ଜାରି ରଖିଛନ୍ତି। ଚଳିତ ବର୍ଷ ଜୁନ୍‌ ୧୯ରେ ଏକ ସର୍ବଦଳୀୟ ବୈଠକ ମଧ୍ୟ ଡକାଯାଇଥିଲା। ତେବେ କେତେକ ରାଜନୈତିକ ଦଳ ଏହାର ବହିଷ୍କାର କରିଥିଲେ। ଆପୋଷ ଆଲୋଚନା ଦ୍ୱାରା ଏହାର ସମାଧାନ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।

Share