ଏକ ପ୍ଲେଟ କବାବ ମଗାଇଲେ ମହିଳା: କ୍ରେଡିଟ କାର୍ଡରୁ କଟିଗଲା୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଜେରୁଜେଲମ,୯।୯: ଆମେରିକାର ଜଣେ ମହିଳା ପର୍ଯ୍ୟଟକ ଏକ ପ୍ଲେଟ କବାବ ପାଇଁ ୨ଲକ୍ଷ ୭ହଜାର ଟଙ୍କା ଦେଇଥିବା ଘଟଣା ସମ୍ନାକୁ ଆସିଛି। ଏହି ଘଟଣା ଘଟିଛି ଇସ୍ରାଏଲ୍‌ ଜେରୁଜେଲମ ସହରର ଏକ ରେଷ୍ଟୁରାଣ୍ଟରେ। ଜେରୁଜେଲମରେ ଥିବା ଓଲ୍ଡ ସିଟି ଶବରମା ରେଷ୍ଟୁରାଣ୍ଟରୁ ଲୋରା ଜିଫ୍‌ ନାମକ ମହିଳା ଏକ ପ୍ଲେଟ ଶବରମା ମଗାଇଥିଲେ। ଆଉ ଏହାର ପେମେଣ୍ଟ କ୍ରେଡିଟ୍‌ କାର୍ଡରୁ କରିଥିଲେ। ଏହାପରେ ସେ ଠକେଇର ଶିକାର ହେବା ସହ ତାଙ୍କ ଆକାଉଣ୍ଟରୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରାଯାଇଥିଲା। ଏହି ଘଟଣା ବାବଦରେ ଲୋରା ସୋସିଆଲ ମିଡିଆରେ ସମସ୍ତଙ୍କୁ ସୂଚନା ଦେବା ପରେ ଲୋକଲୋଚନକୁ ଆସିଥିଲା। ଅନ୍ୟପଟେ ରେଷ୍ଟୁରାଣ୍ଟର ମାଲିକ ଅଧିକ ଟଙ୍କା ଆଦାୟ କରାଯାଇଥିବା ନେଇ ନିଜ ଦୋଷ ସ୍ବୀକାର କରିବା ସହ ଅଗଷ୍ଟ ୧୨ରେ ତାଙ୍କ ଟଙ୍କା ଫେରାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଲୋରାଙ୍କ ଟଙ୍କା ମିଳିପାରି ନ ଥିବାରୁ ରେଷ୍ଟୁରାଣ୍ଟର ମାଲିକ ଦୁଃଖପ୍ରକାଶ କରିଛନ୍ତି। ଏନେଇ ସେ ବ୍ୟାଙ୍କ ସହ ଆଲୋଚନା କରି ଲୋରାଙ୍କ ଟଙ୍କା ଫେରସ୍ତ ପାଇଁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି।

Share