Categories: ଜାତୀୟ

ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନା ଉଦ୍‌ଜୀବିତ ହେଉ: ଶାହ

ନୂଆଦିଲ୍ଲୀ,୯।୧୧: ଭାରତବାସୀଙ୍କ ମଧ୍ୟରେ ସବୁବେଳେ ଏକତାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏବେ ଜାତୀୟ ସଂହତି କ୍ଷେତ୍ରରେ ଏହା ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନାକୁ ଉଦ୍‌ଜୀବିତ କରୁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏହା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଶହ ଶହ ବର୍ଷ ଧରି ଲାଗି ରହିଥିବା ବିବାଦରେ ସମାଧାନ ସହମତିରେ ହେବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଏହି ରାୟ ଭାରତବାସୀଙ୍କ ମଧ୍ୟରେ ଏକତ୍ୱ ରଜ୍ଜୁକୁ ସୁଦୃଢ଼ କରିବା ସହିତ ଭାରତର ଅନନ୍ୟ ସଂସ୍କୃତିକୁ ବିକଶିତ କରିବାକୁ ସକ୍ଷମ ହେବ ବୋଲି ସେ କହିଛନ୍ତି।

Share