Categories: ଜାତୀୟ

ଏକ ମାଠିଆରୁ ଅଧିକ ପାଣି ନେଲେ ଦେବାକୁ ପଡୁଛି ୫୦ ଟଙ୍କା ଜରିମାନା

ରାୟପୁର,୧୫।୫: ଜଳ ହିଁ ଜୀବନ। ଜଳ ବିନା ସଭିଙ୍କ ଅବସ୍ଥା ଖରାପ ହୋଇଥାଏ। ତେଣୁ ଜଳ ସଙ୍କଟ ସମୟରେ ଏହାର ସୁବଣ୍ଟନ ଓ ନଷ୍ଟ ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ ବସ୍ତର ଜିଲାରେ। ଏହି ଅଞ୍ଚଳ ମାଓପ୍ରବଣ। ଏଠାକାର ଦରଭା ବ୍ଲକ୍‌ରେ ଥିବା ଗାଁରେ ଜଳସଙ୍କଟ ଲାଗି ରହିଛି। ଏହି ବ୍ଲକ୍‌ରେ ଥିବା ଲେଣ୍ଡ୍ରି ଗାଁ ଲୋକେ ପିଇବା ପାଣିର ସୁବଣ୍ଟନ ପାଇଁ ଏକ ନିୟମ ପ୍ରଣୟନ କରିଛନ୍ତି। ପ୍ରତି ପରିବାରକୁ ଏକ ମାଠିଆ ପାଣି ଦିଆଯିବ। ଏହାଠାରୁ ଅଧିକ ପାଣିନେଲେ ମାଠିଆ ପିଛା ୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ନିୟମ ଜାରି କରାଯାଇଛି। ସେହିପରି ଅଯଥା ପାଣି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଲାଗି ମଧ୍ୟ ଜରିମାନା ଦଣ୍ଡାଦେଶ କରାଯାଉଛି।

Share