Posted inଜାତୀୟ

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଅଗଣତାନ୍ତ୍ରିକ: କଂଗ୍ରେସ

ନୂଆଦିଲ୍ଲୀ,୨୦।୧: ଏକ ଦେଶ ଏକ ନିର୍ବାଚନ ଚିନ୍ତାଧାରା ଅଗଣତାନ୍ତ୍ରିକ ଏବଂ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ କହି କଂଗ୍ରେସ ଏହାର ଦୃଢ଼ ବିରୋଧ କରିଛି। ଏହା ସଂଘବାଦ ଗ୍ୟାରେଣ୍ଟିର ବିରୋଧ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ଏଭଳି ଚିନ୍ତାଧାରାକୁ ପରିତ୍ୟାଗ କରିବା ସହ ଏହାର ଅନୁଧ୍ୟାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ଭଙ୍ଗ କରିବାକୁ ଖାର୍ଗେ ଦାବି କରିଛନ୍ତି। ଦେଶର ସମ୍ବିଧାନ ଏବଂ ସଂସଦୀୟ ଗଣତନ୍ତ୍ରକୁ ବଦଳାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବତନ ରାଷ୍ଟ୍ରପତି ତଥା କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ ତାଙ୍କ ବ୍ୟକ୍ତିତ୍ୱ ଏବଂ ପୂର୍ବ ପଦବୀର ଅପବ୍ୟବହାର ହେବାକୁ ଦିଅନ୍ତୁ ନାହିଁ ବୋଲି ଖାର୍ଗେ ନିବେଦନ କରିଛନ୍ତି। ଏହି ମର୍ମରେ ସେ ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ’ କମିଟିର ସଚିବ ନୀତେନ ଚନ୍ଦ୍ରାଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ଏକ ସଙ୍ଗେ ନିର୍ବାଚନ କରାଇବା ପାଇଁ ଭାଜପାର ଉଦ୍ୟମ ଅଗଣତାନ୍ତ୍ରିକ ହୋଇଥିବାରୁ କଂଗ୍ରେସ ଏହାର ଦୃଢ଼ ବିରୋଧ କରୁଛି। ଗଣତନ୍ତ୍ରକୁ ସଫଳ ଓ ସୁଦୃଢ଼ କରିବା ପାଇଁ ଏଭଳି ଚିନ୍ତାଧାରା ବର୍ଜନ କରାଯିବା ଜରୁରୀ ଏବଂ ଉଚ୍ଚସ୍ତରୀୟ କମିଟିକୁ ଭାଙ୍ଗିଦେବା ଆବଶ୍ୟକ ବୋଲି ଖାର୍ଗେ ଉକ୍ତ ପତ୍ରରେ ଲେଖିଛନ୍ତି। ଗତ ୧୮ ତାରିଖରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ କମିଟି ତରଫରୁ ଚନ୍ଦ୍ରା ପତ୍ର ଲେଖି କଂଗ୍ରେସର ମତାମତ ଲୋଡ଼ିଥିବାବେଳେ ଖାର୍ଗେ ଜବାବରେ ଏହା କହିଛନ୍ତି। ସେ କହିଛନ୍ତି, ଯାହା ଜଣାପଡ଼ୁଛି କମିଟି ଉକ୍ତ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ମନ ସ୍ଥିର କରିନେଇଛି ଏବଂ କେବଳ ଲୋକଦେଖାଣିଆ ଭାବେ ପରାମର୍ଶ ମାଗୁଛି। ଜନାଦେଶ ପ୍ରତି ସମ୍ମାନକୁ ସୁନିଶ୍ଚିତ କରିବା ଦିଗରେ ସରକାର, ପାର୍ଲାମେଣ୍ଟ ଏବଂ ନିର୍ବାଚନ କମିଶନ ଏକାଠି କାମ କରିବା ଆବଶ୍ୟକ। ଏକକାଳୀନ ନିର୍ବାଚନ ଭଳି ଅଗଣତାନ୍ତ୍ରିକ କଥା କହି ଲୋକଙ୍କ ଦୃଷ୍ଟିକୁ ହଟାଇଦିଆ ନ ଯାଉ ବୋଲି ସେ କହିଛନ୍ତି। ବିଭିନ୍ନ ରାଜ୍ୟରେ ସରକାରରେ ଥିବା ବିରୋଧୀ ଦଳଗୁଡ଼ିକୁ ଉପଯୁକ୍ତ ପ୍ରତିନିଧିତ୍ୱ ଦିଆ ନ ଯାଇ କମିଟି ଗଠନରେ ପକ୍ଷପାତ କରାଯାଇଛି। କମିଟିର ସୁପାରିସ ସମ୍ପୃକ୍ତ ରାଜ୍ୟ ସରକାରକୁ ପ୍ରଭାବିତ କରିବ। ଗତ ୧୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀମାନେ ଗୃହ ଉପରେ ଆସ୍ଥା ହରାଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ଦଳ ନିଜର ଫାଇଦା ହାସଲ ପାଇଁ ସରକାରୀ କଳର ଅପବ୍ୟବହାର କରିଆସୁଛି ଏବଂ ଜନାଦେଶକୁ ଚୋରି କରିବା ପାଇଁ ଦଳବଦଳ ଆଇନକୁ ବଦଳାଉଛି। ଦେଶରେ ଏକସଙ୍ଗେ ନିର୍ବାଚନ ଚିନ୍ତାଧାରାର କୌଣସି ସ୍ଥାନ ନାହିଁ। ତାହା ସଂଘବାଦ ଗ୍ୟାରେଣ୍ଟି ବିରୋଧରେ ଯିବ ବୋଲି ଖାର୍ଗେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଏବେ ନିଜ ଘରେ ବି ସୁରକ୍ଷିତ ରହିପାରିବେ ନାହିଁ, ପଡୋଶୀ ଦେଶକୁ ନେଇ ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୧୬।୧୧: ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ...

ଜମ୍ମୁ-କଶ୍ମୀରରେ ରେକର୍ଡ ଭାଙ୍ଗିଲା ବେକାରୀ ସମସ୍ୟା, ୩.୫୨ ଲକ୍ଷ ବେରୋଜଗାର

ଶ୍ରୀନଗର,୧୬।୧୧: ଜମ୍ମୁ କଶ୍ମୀରରେ ବେକାରୀ ହାରରେ ବୃଦ୍ଧି ଘଟିଛି। ଜମ୍ମୁ କଶ୍ମୀର ସରକାରଙ୍କ ନିଯୁକ୍ତି ନିର୍ଦ୍ଦେଶାଳୟ (DoE) ର ତଥ୍ୟ ଅନୁଯାୟୀ ୨୦୨୪ର ପ୍ରଥମ ତ୍ରୟମାସିକରେ...

ରାହୁଲ ଗାନ୍ଧୀଙ୍କ ବ୍ୟାଗ୍‌ ଯାଞ୍ଚ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୬।୧୧: ନିର୍ବାଚନ ଆୟୋଗ ଅଧିକାରୀମାନେ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବ୍ୟାଗ ଯାଞ୍ଚ କରିଛନ୍ତି। ମହାରାଷ୍ଟ୍ରର ଅମରାବତୀରେ ନିର୍ବାଚନୀ ପ୍ରଚାରକୁ ଯିବା ସମୟରେ ରାହୁଲଙ୍କ ବ୍ୟାଗରେ...

ଇସ୍ତଫା ଦେଲେ ସୁଖବୀର ସିଂ

ଚଣ୍ଡୀଗଡ,୧୬।୧୧: ଇସ୍ତଫା ଦେଇଛନ୍ତି ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ। ସେ ଦଳର ଅଧକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ନେତୃତ୍ୱରେ ବିଶ୍ୱାସ...

ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଝଟ୍‌କା, କାରଣ ଜାଣିଲେ…

ଅମରାବତୀ,୧୬।୧୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଲାଗିଛି ଶକ୍ତ ଝଟ୍‌କା। କାରଣ ତାଙ୍କ ଭାଇ ତଥା ଟିଡିପିର ପୂର୍ବତନ ବିଧାୟକ ନାରା ରାମମୂର୍ତ୍ତିଙ୍କ ଦେହାନ୍ତ ହୋଇଛି...

୩୭୦ ଧାରାକୁ ନେଇ କଂଗ୍ରେସର ୟୁଟର୍ନ, ରାଗିଗଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୬।୧୧: ଚଳିତ ନିର୍ବାଚନରେ ଜମ୍ମୁ କଶ୍ମୀରରେ ନାଶନାଲ କନଫରେନ୍ସ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଛି। ତେବେ ନିଜ ମନ ମୁତାବକ ପଦ...

ସରକାରକୁ ଆସିବାର ୪୮ ଘଣ୍ଟା ମଧ୍ୟରେ ଆମେ ନେବୁ ଏହି ନିଷ୍ପତ୍ତି: ନିର୍ବାଚନ ପୂର୍ବରୁ ରାଜ ଠାକ୍‌ରେଙ୍କ ବଡ଼ ଘୋଷଣା

ପୁଣେ,୧୬।୧୧: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ରାଜ୍ୟକୁ ସମୃଦ୍ଧ କରିବା ପାଇଁ ତାଙ୍କ ଦଳକୁ ଭୋଟ ଦେବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।...

୨୦୫୦ ସୁଦ୍ଧା ୨ ଗୁଣା ପ୍ଲାଷ୍ଟିକ୍‌ ବର୍ଜ୍ୟ

ନୂଆଦିଲ୍ଲୀ,୧୬ା୧୧(ପି.ଟି.):ସାରା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିମାଣ ୨୦୫୦ ବେଳକୁ ଦୁଇଗୁଣା ହୋଇପାରେ। ଏହାର ସମାଧାନ ପାଇଁ ଉପଯୁକ୍ତ ନୀତି ପ୍ରଣୟନ ନିମନ୍ତେ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri