ଏକ ରୁଗ୍‌ଣ ସମାଜର ପ୍ରତିନିଧି ଶେଖର

ଶେଖର ଜଣେ ସଂଘର୍ଷ କରୁଥିବା ଯୁବକ। ସେ ଏକ ରୁଗ୍‌ଣ ସମାଜର ପ୍ରତିନିଧି। ସେ ସଂଗ୍ରାମ କରୁଛି ଦାରିଦ୍ର୍ୟ ବିରୋଧରେ। ନିଜେ ବଞ୍ଚତ୍ବ। ଗୋଟିଏ ବୋଲି ଭଉଣୀକୁ ବଞ୍ଚେଇବ। ଚାକିରି ମିଳୁନି। ରୋଜଗାର ନାହିଁ। ନିଜର ବୟସ ଗଡ଼ି ଯାଉଛି। ସାନଭଉଣୀର ବୟସ ବଢ଼ି ଯାଉଛି। ଦାରିଦ୍ର୍ୟ ସିନା ତାକୁ ଡହଳ ବିକଳ କରି ମାରୁଛି। ହେଲେ ତା’ ମନୋବଳକୁ ହ୍ରାସ କରିପାରୁନି। ତା’ ଭିତରେ ଥିବା ସ୍ବପ୍ନକୁ ଦୁର୍ବଳ କରିପାରୁନି। ଭଉଣୀ ସହିତ ମିଶି ସେ ଜୀବନ ବଞ୍ଚତ୍ବାର ସ୍ବପ୍ନ ଦେଖୁଛି। ତେବେ ସତରେ କ’ଣ ଶେଖରର ସ୍ବପ୍ନ ପୂରଣ ହେଉଛି। ଏ ପୃଥିବୀରେ କ’ଣ ଏବେ ବି ଏକ ସମାନ୍ତରାଳ ସମାଜର ପ୍ରତିଷ୍ଠା ହୋଇ ପାରିଛି? ଶେଖର ଭଳି ଅହରହ ସଂଘର୍ଷ କରୁଥିବା ଶିକ୍ଷିତ ଉଦ୍ୟମୀ ଯୁବକମାନଙ୍କୁ ନ୍ୟାୟ ମିଳୁଛି? ଏମିତି ଅନେକ ପ୍ରଶ୍ନର ସମାହାରରେ ସୃଷ୍ଟି ହୋଇଛି ଚରିତ୍ର ଶେଖର; ଯେଉଁ ଚରିତ୍ରଟିକୁ ନିର୍ବାହ କରିଛନ୍ତ ି ଓଡ଼ିଶାର ଜଣେ ସ୍ବନାମଧନ୍ୟ ଅଭିନେତା ଦୀପକ କୁମାର ମହାନ୍ତି ଓରଫ୍‌ ଦୀପୁ। ଏହି ନାଟକଟି ତାଙ୍କୁ ମିଳିଛି ‘ରଙ୍ଗମହଲ’ ପ୍ରଯୋଜିତ ମହେଶ ହାଜରାଙ୍କ ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’ ନାଟକରେ। ଭଦ୍ରକର ଦାମୋଦରପୁରରେ ଜନ୍ମଗ୍ରହଣ କରିଥିବା ଦୀପୁ ପୂର୍ବରୁ ସାତଶଙ୍ଖ, ଧଉଳି, ସଚ୍ଚିଦାନନ୍ଦମ୍‌ ଆଦି ଗଣନାଟ୍ୟରେ ଅଭିନୟର ଯାଦୁ ଦେଖେଇ ଏବେ ଆସି ପହଞ୍ଚତ୍ଛନ୍ତି ସତ୍ୟଜେନାଙ୍କ ‘ରଙ୍ଗମହଲ’ରେ। ପୂର୍ବରୁ ସେ ଅଭିନୟ କରିଥିବା ସଫଳ ନାଟକଗୁଡ଼ିକ ମଧ୍ୟରେ ରହିଛି ଏ ଗଉରା କାଇଁ କାନ୍ଦୁଛୁ, କହଇ ମନ ଆରେ ମୋ ବୋଲ କର, କନିଆ ସାଜିଛି କଣ୍ଢେଇ ରାଣୀ ଏବଂ ଆହୁରି ଅନେକ।

Share