Advertisement

ଏଚ୍‌ଆଇଭି ପୀଡ଼ିତଙ୍କ ଲାଗି ନୂଆ ଆଶା

ବୈଜ୍ଞାନିକମାନେ ମୂଷାର ଡିଏନ୍‌ଏରୁ ସଫଳତାର ସହ ଏଚ୍‌ଆଇଭି ଦୂର କରିପାରିଛନ୍ତି। ଏହି ପଦ୍ଧତି ଆଗକୁ ମଣିଷଙ୍କଠାରେ ପ୍ରୟୋଗ କରାଯିବ ଓ ସଫଳତା ମିଳିବ ବୋଲି ଗବେଷକମାନେ ଆଶାବାଦୀ। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେସନ ଏହାକୁ ସ୍ବିକୃତୀ ଦେଲେ ଏହାର କ୍ଲିନିକାଲ ଟ୍ରାଏଲ କରାଯିବ । ଚିକିତ୍ସା ଲାଗି ଆସନ୍ତା ବର୍ଷ ଜିନ୍‌ ଏଡିଟିଂ ଉପାଦାନ ପାଇଁ ଟ୍ରାଏଲ କରାଯିବାର ଯୋଜନା କରାଯିବ। ଆମେରିକାର ଟେମ୍ପଲ୍‌୍‌ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ୍‌ ନେବ୍ରାସ୍କା ମେଡିକାଲ୍‌ ସେଣ୍ଟର୍‌ର ୩୦ ଜଣ ଗବେଷକ ଅନୁଧ୍ୟାନ କରି ଏକ ଆଣ୍ଟିଭାଇରାଲ୍‌ ଡ୍ରଗ୍‌ ସହ ଏକ ଜିନ୍‌ ଏଡିଟିଂ ଟୁଲ୍‌ ବା ଯନ୍ତ୍ର କ୍ରିସପର୍‌ ବିକାଶ କରିଛନ୍ତି। ଗବେଷକମାନେ ୨୩ଟି ମୂଷା ମଧ୍ୟରୁ ୯ଟିରୁ ଏଚ୍‌ଆଇଭିକୁ ଦୂର କରିପାରିଛନ୍ତି। ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି କରାଯାଇଥିଲା। ଏବେ ଗବେଷକମାନେ ଯେଉଁ ଆଣ୍ଟିଭାଇରାଲ ଡ୍ରଗ୍‌ ବିକାଶ କରିଛନ୍ତି ତାହା ସାଧାରଣ ଥେରାପୀଠାରୁ ବେଶିଦିନ କାମ କରିବ। ନିୟମିତ ଏହାକୁ ସେବନ ନକରି ପ୍ରତି ଦୁଇମାସରେ ଥରେ ଖାଇବାକୁ ପଡିବ। ଗବେଷକଙ୍କ ମତରେ, ଜିନ୍‌ ଏଡିଟିଂରେ ଏଚ୍‌ଆଇଭି ମୁକ୍ତ କରିବା ଏକ ସୁରକ୍ଷିତ ପଦ୍ଧତି ବୋଲି ନିଶ୍ଚିତ କରିବାକୁ ହେବ ଯାହାଦ୍ୱାରା ପୀଡ଼ିିତମାନେ ଏହାକୁ ସହଜରେ ଗ୍ରହଣ କରିବେ। ୧୨ବର୍ଷ ପୂର୍ବରୁ ଜଣଙ୍କୁ ଓ ଏହି ବର୍ଷ ଆରମ୍ଭରୁ ଆଉ ଜଣଙ୍କୁ ଷ୍ଟେମ୍‌ସେଲ୍‌ ଟ୍ରାନ୍ସ୍‌୍‌ପ୍ଲାଣ୍ଟ୍‌ ଦ୍ୱାରା ଏଚ୍‌ଆଇଭି ମୁକ୍ତ କରାଯାଇଥିଲେ ବି ଏହି ଚିକିତ୍ସା ପଦ୍ଧତି ବିପଜ୍ଜନକ ଓ ଏହାର ପାର୍ଶ୍ୱପ୍ରତିକ୍ରିୟା ରହିଛି। ଏଚ୍‌ଆଇଭି ପୀଡିତ ଏହି ପଦ୍ଧତିକୁ କେବେ ବି ଗ୍ରହଣ କରିବେ ନାହିଁ । କିନ୍ତୁ ଏବେ ଗବେଷକମାନେ ବିକାଶ କରିଥିବା ଦୁଇଟି ପଦ୍ଧତି ଗ୍ରହଣୀୟ ହେବ ବୋଲି ଆଶା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel