Categories: ବାଣିଜ୍ୟ

ଏଚ୍‌ଓ୍ବାନ ବି ଭିଜାଧାରୀଙ୍କୁ ୟୁଏସ୍‌ ନ୍ୟାୟାଳୟଙ୍କଠାରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧-୧୧: ଆମେରିକାରେ କାର୍ଯ୍ୟରତ ଏଚ୍‌ଓ୍ବାନ ବି ଭିଜାଧାରୀଙ୍କୁ ସେଠାକାର ନ୍ୟାୟାଳୟଙ୍କଠାରୁ ଆଶ୍ୱସ୍ତି ମିଳିଛି। ଏହି ଭିଜା ଲାଭ କରିଥିବା ଭାରତୀୟଙ୍କ ଜୀବନସାଥୀ ଆମେରିକାରେ କାର୍ଯ୍ୟ କରିବା ନେଇ ଅସ୍ଥାୟୀ ଭାବେ ଆଶ୍ୱସ୍ତି ମିଳିଥିବା ଜଣାପଡିଛି। କଲମ୍ବିଆ ସର୍କିଟ ଜିଲା ଲାଗି ଆମେରିକା କୋର୍ଟ ଅଫ୍‌ ଅପିଲ୍ସର ୩ ଜଣିଆ ଖଣ୍ଡପୀଠ ଏହି ମାମଲାକୁ ତଳକୋର୍ଟକୁ ପଠାଇ ଦେଇଛନ୍ତି। ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ଭାରତୀୟ ଭିଜାଧାରୀଙ୍କ ଜୀବନସାଥୀ ଆମେରିକାରେ କାମ କରିବା ନେଇ ରହିଥିବା ଯୋଜନାକୁ ନିକଟରେ ଅବୈଧ ଘୋଷଣା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଆଇନକୁ ରଦ୍ଦ କରିବା ଲାଗି ଆମେରିକାର ଏହି ନ୍ୟାୟାଳୟ ଅଗ୍ରାହ୍ୟ କରି ଦେଇଛନ୍ତି। ଉକ୍ତ ନିଷ୍ପତ୍ତି ଯୋଗୁ ଅନେକ ସଂଖ୍ୟାରେ ଭାରତୀୟ ତତ୍କାଳ ଭିତ୍ତିରେ ଲାଭବାନ ହେବେ ବୋଲି ଜଣାପଡିଛି। ବିଦେଶୀ କର୍ମଚାରୀଙ୍କ ଆମେରିକାରେ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ସେଠାକାର କର୍ତ୍ତୃପକ୍ଷ ଏହି ଭିଜା ସୁବିଧା ଦେଇଥାନ୍ତି। ଗ୍ରୀନ କାର୍ଡ ଅପେକ୍ଷାରେ ଥିବା ଏଚ୍‌୧ ବି ଭିଜାଧାରୀଙ୍କ ଜୀବନସାଥୀ ଆମେରିକାରେ ରହି କାମ କରିବାର ସୁବିଧା ୨୦୧୫ରେ ଓବାମାଙ୍କ ଶାସନ ସମୟରେ ନିୟମ ଆସିଥିଲା। ଏହି ନିୟମ ଦ୍ୱାରା ଭାରତୀୟ ମହିଳାମାନେ ବିଶେଷ ଭାବେ ଲାଭବାନ ହେଉଥିଲେ। କେତେକ କାରଣ ଲାଗି ଟ୍ରମ୍ଫ ପ୍ରଶାସନ ଏହି ପୁରୁଣା ନିୟମକୁ ରଦ୍ଦ କରିବାକୁ ଚାହିଁଥିଲେ। ଏହାକୁ ସେଠାକାର ପ୍ରଫେଶନାଲମାନେ ଚ୍ୟାଲେଞ୍ଜ କରିଥିଲେ।

Share