ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଲୁଟ୍‌ ଅଭିଯୋଗ, ତଦନ୍ତ ଆରମ୍ଭ

କୋରୁକୋଣ୍ଡା,୧୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ଅନ୍ତର୍ଗତ ତାରଲାକଟା ଗ୍ରାମରେ ଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଗୁରୁବାର ରାତିରେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ ବ୍ୟାଙ୍କ କର୍ମଚାରୀ ପହଞ୍ଚିବା ପରେ ତାଲା ଭାଙ୍ଗି ବାହାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ଏନେଇ ଓରକେଲ ପୋଲିସକୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କୋରାପୁଟରୁ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଇ ତଦନ୍ତ ଆରମ୍ଭ କରିଛି।