Categories: ଖେଳ

ଏଚ୍‌ସିଏରେ ଦୁର୍ନୀତି ଅଭିଯୋଗ; ତେଲେଙ୍ଗାନା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ରାୟୁଡୁ

ହାଇଦ୍ରାବାଦ,୨୪।୧୧(ପି.ଟି.)- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍‌ସିଏ)ରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ। ଏଥିସହିତ ରାଜ୍ୟର ନଗରପାଳିକା ପ୍ରଶାସନିକ ମନ୍ତ୍ରୀ କେ.ଟି. ରାମାରାଓଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ିଛନ୍ତି। ଶନିବାର ଏକ ଟୁଇଟ୍‌ କରି ରାୟୁଡୁ ଲେଖିଛନ୍ତି, ସାର କେ.ଟି.ଙ୍କୁ ମୋ ଅନୁରୋଧ ଏଚ୍‌ସିଏକୁ ଦୁର୍ନୀତିମୁକ୍ତ କରନ୍ତୁ। ଅର୍ଥ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଦ୍ୱାରା ପ୍ରଭାବିତ ହେଲେ ହାଇଦ୍ରାବାଦ କେଉଁଭଳି ଏକ ଭଲ କ୍ରିକେଟ ଟିମ୍‌ ହୋଇପାରିବ ବୋଲି ପ୍ରଶ୍ନ କରିଛନ୍ତି। ଉଲ୍ଲେଖଥାଉ କି, ରାୟୁଡୁ ଗତ ବିଶ୍ୱକପ୍‌ ବେଳେ ଅବସର ଘୋଷଣା କରିବା ପରେ ଫେରିଥିଲେ। ତାଙ୍କ ନେତୃତ୍ୱରେ ହାଇଦ୍ରାବାଦ ଦଳ ବିଜୟ ହଜାରେ ଓ ସୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟ ଖେଳିଥିଲା। ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ନିକଟରେ ଏଚ୍‌ସିଏର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ରାୟୁଡୁଙ୍କ ଟୁଇଟ୍‌ ସମ୍ପର୍କରେ ଆଝାରୁଦ୍ଦିନ କୌଣସି କମେଣ୍ଟ କରିନାହାନ୍ତି।

Share