Categories: ବାଣିଜ୍ୟ

ଏଜିଆର୍‌କୁ ନେଇ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ

ନୂଆଦିଲ୍ଲୀ,୨୪-୧୧: ଟେଲିକମ୍‌ କମ୍ପାନୀଙ୍କଠାରୁ ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭେନ୍ୟୁ (ଏଜିଆର୍‌) ସଂଗ୍ରହ ଲାଗି ସୁପ୍ରିମକୋର୍ଟ ନିକଟରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ସପକ୍ଷରେ ଏହି ରାୟ ଆସିଥିବା ବେଳେ ଏହାର ପୁନର୍ବିଚାର ଲାଗି ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡିକ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। କମ୍ପାନୀଗୁଡିକ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ସହ ରିଭ୍ୟୁ ପିଟିଶନ ଦାଏର କରିଛନ୍ତି। ଟେଲିକମ କମ୍ପାନୀଙ୍କଠାରୁ ୯୪,୦୦୦ କୋଟି ଟଙ୍କା ସଂଗ୍ରହ କରିବା ଲାଗି ନିର୍ଦ୍ଦେଶ ରହିଛି। ଡିଓଟି ସୂଚନା ମୁତାବକ ଏୟାରଟେଲ ଉପରେ ୨୧,୬୮୨ କୋଟି, ଭୋଡାଫୋନ ଉପରେ ୧୯,୮୨୪ କୋଟି, ରିଲାଏନ୍ସ କମ୍ୟୁନିକେଶନ ୧୬୪୫୬ କୋଟି, ବିଏସ୍‌ଏନ୍‌ଏଲ୍‌ ୨୦୯୯ କୋଟି ଏବଂ ଏମ୍‌ଟିଏନ୍‌ଏଲ୍‌ ଉପରେ ୨୫୩୭ କୋଟିି ଟଙ୍କା ରହିଛି।

Share