ନୂଆଦିଲ୍ଲୀ,୧୮।୬: ଦେଶର ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କ ଆର୍ଥତ୍କ ଷ୍ଟେଟମେଣ୍ଟକୁ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବେ। ଗୁରୁବାର ଏ ସମ୍ପର୍କରେ କମ୍ପାନୀଗୁଡିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଆଡଜଷ୍ଟେଟ ଗ୍ରସ୍ ରେଭିନ୍ୟୁ(ଏଜିଆର୍) ସମ୍ପର୍କିତ ମାମଲାର ଶୁଣାଣି ଜୁଲାଇରେ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏଜିଆର୍ ଦେୟ ଏବଂ ଟେଲିକମ୍ କମ୍ପାନୀଗୁଡିକର ଅନ୍ୟ ଉତ୍ତର ରଖିବା ଲାଗି ଟେଲିକମ ବିଭାଗ ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରୁ ସମୟ ଲୋଡିଥିବା ଜଣାପଡିଛି। ପୂର୍ବରୁ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକଠାରୁ କାହିଁକି ୪ ଲକ୍ଷ କୋଟି ଟଙ୍କାର ବକେୟା ଆଦାୟ ଲାଗି ନୋଟିସ ଦିଆଯାଇଥିବା ତା’ର ଉତ୍ତର ମଧ୍ୟ ବିଭାଗ ରଖିଛି। ଏହା ମଧ୍ୟରୁ ୯୬% ବକେୟା ଡିମାଣ୍ଡ ନ ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୁପ୍ରିମକୋର୍ଟଙ୍କୁ ବିଭାଗ କହିଛି।