ଏଟିଏମକୁ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ ବିଫଳ

କଳିଙ୍ଗନଗର,୧୪|୮(ଡି.ଏନ୍‌.ଏ.)- ଦାନଗଦୀସ୍ଥିତ ୟୁକୋ ବ୍ୟାଙ୍କ ଏଟିଏମ୍‌କୁ ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି। ଏ ନେଇ ମଙ୍ଗଳବାର ଦାନଗଦୀ ଫାଣ୍ଡିରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ସକାଳେ ବ୍ୟାଙ୍କ ମ୍ୟାନେଜର ସାବିତ୍ରୀ ଚକ୍ର ଓ ଅନ୍ୟ କର୍ମଚାରୀ ଶାଖା କାର୍ଯ୍ୟାଳୟ ଠାରେ ପହଞ୍ଚତ୍ ଏଟିଏମ୍‌ଟି ଭଙ୍ଗା ଯାଇଥିବାର ଦେଖିଥିଲେ। ଘଟଣା ବାବଦରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଥିଳେ। ପରେ ଦାନଗଦୀ ଫାଣ୍ଡିରେ ଅଭିଯୋଗ କରିଥିଲେ। ଆଭିଯୋଗ ପାଇବାପରେ ପୋଲିସ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ତଦନ୍ତ ଚଳାଇଛି।

Share