Advertisement
Categories: ଜାତୀୟ

ଏଟିଏମରେ ପଶିଲା ସାପ: ୭ ଘଣ୍ଟା ପରେ ହେଲା ଉଦ୍ଧାର

କୋଏମ୍ବାଟୁର,୨୪।୪: ତାମିଲନାଡୁ କୋଏମ୍ବାଟୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ଏଟିଏମ୍‌ରେ ସାପ ପଶିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ସାପଟି ମେସିନ୍‌ ଭିତରେ ପଶି ରହିଥିଲା। ଟଙ୍କା ବାହାରିବା ସ୍ଥାନରେ ସାପର ଫଣା ଦେଖି ଜଣେ ଗ୍ରାହକ ଭୟରେ ଅନ୍ୟମାନଙ୍କୁ ଏସମ୍ପର୍କରେ ଅବଗତ କରାଇଥିଲେ। ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଟିଏମ୍‌ ସୁରକ୍ଷା ଦାୟିତ୍ୱରେଥିବା ସିକ୍ୟୁରିଟି ଗାର୍ଡ ଫୋନ୍‌ କରି ଏ ସମ୍ପର୍କରେ ବ୍ୟାଙ୍କକୁ ଜଣାଇଥିଲେ। ବ୍ୟାଙ୍କ ପକ୍ଷରୁ ସାପଧରାଳିଙ୍କୁ ପଠା ଯାଇଥିଲା। ସାପ ଧରାଳି ସମ୍ପୂର୍ଣ୍ଣ ମେସିନ୍‌ ଖୋଲି ସାପକୁ ଦୀର୍ଘ ୭ ଘଣ୍ଟା ପରେ ବାହାର କରିଥିଲେ। ସାପ ଟଙ୍କା ଡବା ଉପରେ ଚେକା ବାନ୍ଧି ଶୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛନ୍ତି।

Share