ଏଟିଏମ୍‌ରୁ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ସମବାୟ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ, ସହଯୋଗୀ ଗିରଫ

ବଲାଙ୍ଗୀର ଅଫିସ,୧୦।୧୧: ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣାର ରବିବାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ସମବାୟ ବ୍ୟାଙ୍କର ଜଣେ ଅସ୍ଥାୟୀ କର୍ମଚାରୀ ନୀଳମଣି ତ୍ରିପାଠୀ ଓ ତାଙ୍କ ସହଯୋଗୀ ସ୍ବାଗତ କୁମାର ମିଶ୍ରଙ୍କୁ ପୋଲିସ ଗିରଫ କରିଛି । ଅସ୍ଥାୟୀ କର୍ମଚାରୀ ତ୍ରିପାଠୀ ସମବାୟ ବ୍ୟାଙ୍କରୁ କିଛି ଏଟିଏମ୍‌ ଓ ପାସଓ୍ବାର୍ଡ ଚୋରି କରିଥିଲେ। ସେହିଭଳି ସହଯୋଗୀ  ମିଶ୍ର ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ୮ ଲକ୍ଷ ୩୧ ହଜାର ଟଙ୍କା ଲୁଟି ନେଇଥିଲେ । ତେବେ ଏ ନେଇ ଏସ୍‌ପି ସନ୍ଦୀପ ମାଡକର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Share