ଏଟିଏମ୍‌ରୁ ବାହାରୁଛି ଜାଲ୍‌ ନୋଟ୍‌

ଜୟପୁର,୩୦।୧(ନି.ପ୍ର./ଡି.ଏନ୍‌.ଏ.) ଏଟିଏମ୍‌ରୁ ନକଲି ନୋଟ୍‌ ବାହାରୁଛି। ଜୟପୁର ଟାଉନ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଜଣେ ହିତାଧିକାରୀ। କୋରାପୁଟ ଜିଲା ଜୟପୁର ଏମ୍‌ଜି ରୋଡଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ରେ ଭୁପତି ସାହି ବାସିନ୍ଦା ହିତେଶ୍ୱର ଦାସ ବୁଧବାର ୩ ଶହ ଟଙ୍କା ଉଠାଇଥିଲେ। ସେଥିରେ ଗୋଟିଏ ୨ ଶହ ଓ ଅନ୍ୟଟି ୧ ଶହ ଟଙ୍କିଆ ନୋଟ୍‌ ଥିଲା। ଦୁଇଶହ ଟଙ୍କିଆ ନୋଟ୍‌ରେ ସାମାନ୍ୟ ପାର୍ଥକ୍ୟ ଦେଖି ସେ ଯାଞ୍ଚ କରିବା ପରେ ତାହା ଜାଲ୍‌ ବୋଲି ଜଣାପଡ଼ିଥିଲା। ଏହାକୁ ନେଇ ଗ୍ରାହକ ଜଣକ ସଂପୃକ୍ତ ବ୍ୟାଙ୍କକୁ ଯାଇଥିଲେ। ଉକ୍ତ ଏଟିଏମ୍‌ ଦାୟିତ୍ୱରେ ଏକ ଘରୋଇସଂସ୍ଥା ରହିଥିବା ଯୋଗୁ ଏନେଇ ବ୍ୟାଙ୍କ କିଛି ପଦକ୍ଷେପ ଗ୍ରହଣ କରିପାରିବ ନାହିଁ ବୋଲି କହିଥିଲା। ଶେଷରେ ବାଧ୍ୟହୋଇ ସର୍ଭିସ ପ୍ରୋଭାଇଡର ଏଜେନ୍ସି ନାମରେ ଥାନାରେ ଅଭିଯୋଗ କରିଥିଲେ ଗ୍ରାହକ। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିବା ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି କହିଛନ୍ତି।

Share