Advertisement
Categories: ପୁରୀ

ଏଟିଏମ୍‌ରେ ତାଲା ଯୋଗୁ ଗ୍ରାହକ ହନ୍ତସନ୍ତ

କୃଷ୍ଣପ୍ରସାଦ,୧୪ା୭(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କେନ୍ଦ୍ରଟିକୁ ଗତ ଜୁନ୍‌ ୧୩ ତାରିଖରେ କେହି ଦୁବୃର୍ତ୍ତ ଟଙ୍କା ଲୁଟ୍‌ ନିମନ୍ତେ ଭାଙ୍ଗି ଦେଇଥିଲେ। ଏହା ପରଠାର ଏଟିଏମ୍‌ଟିରେ ତାଲା ପଡ଼ି ରହିଥିବା ଯୋଗୁ ଗ୍ରାହକମାନେ ସେବା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଉକ୍ତ ଘଟଣା ନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ଇତି ମଧ୍ୟରେ ୧ ମାସ ବିତିଗଲାଣି। ତଥାପି ମରାମତି ନ ହେବାରୁ ଗ୍ରାହକ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଅଞ୍ଚଳରେ ଏଟିଏମ୍‌ଟି ଟଙ୍କା ଉଠାଣ ନିମନ୍ତେ ବେଶ୍‌ ସହାୟକ ହେଉଥିବାରୁ ଏହା ପ୍ରକୃତରେ କେବେ ଖୋଲିବ ସେ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ତେବେ ଥାନାରେ ଅଭିଯୋଗ ପରେ ତଦନ୍ତ ନ ହେବା ଓ ଏ ପର୍ଯ୍ୟନ୍ତ ସିସି କ୍ୟାମେରା ଫୁଟେଜ୍‌ ଅନୁଧ୍ୟାନ କରାଯାଇ ନ ଥିବା ଶାଖା ପରିଚାଳକ ଶ୍ରୀକାନ୍ତ ସାହୁ ପ୍ରକାଶ କରିଛନ୍ତି ା ପୋଲିସ ଏଠାରେ ପହଞ୍ଚତ୍ବା ପରେ ସିସି ଟିଭି ଫୁଟେଜ ଦେଖାଯିବ ବୋଲି ସାହୁ କହିଛନ୍ତିି ା ଉଲ୍ଲେଖଯୋଗ୍ୟ, ମାଲୁଦରେ ଏହା ଏକମାତ୍ର ଏଟିଏମ୍‌ କେନ୍ଦ୍ର ହୋଇଥିବାରୁ ୧୪ଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଏହା ଉପରେ ନିର୍ଭର କରି ଚଳନ୍ତି। ବର୍ତ୍ତମାନ ବ୍ୟାଙ୍କରୁ ଟଙ୍କା ଦେଣନେଣ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିବାରୁ ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ୁଛି ବୋଲି କେତେଜଣ ସ୍ଥାନୀୟ ଲୋକ କହିଛନ୍ତି। ପୋଲିସ ଖୁବ୍‌ଶୀଘ୍ର ତଦନ୍ତ କରି ଏଟିଏମ୍‌ଟି କାର୍ଯ୍ୟକ୍ଷମ କରିବା ସହ ଚାରିଛକ, ଚିଲିକା, ନୂଆପଡ଼ାଠାରେ ୨ଟି ଏଟିଏମ୍‌ କେନ୍ଦ୍ର ନୂତନ ଭାବେ ସ୍ଥାପନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel