ଏଟିଏମ୍‌ ଟ୍ରେଜେରି କାଟି ଲୁଟ୍‌ ଉଦ୍ୟମ

ଭଦ୍ରକ ଅଫିସ,୭।୧୨: ଭଦ୍ରକ ଜିଲା ଧାମନଗର ଥାନା ଦୋବଲ ବଜାର ଟାଟା ଇଣ୍ଡିକେସ୍‌ ଏଟିଏମ୍‌ରୁ ଶୁକ୍ରବାର ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। କେହି ଦୁର୍ବୃତ୍ତ ଗ୍ୟାସ୍‌ କଟର ସାହାଯ୍ୟରେ ଏଟିଏମ୍‌ ଟ୍ରେଜେରି କାଟି ଟଙ୍କା ନେବାକୁ ଉଦ୍ୟମ କରିଛନ୍ତି। ଅନ୍ୟପଟେ ସିସିଟିଭି କ୍ୟାମେରାରେ ରଙ୍ଗ ବୋଳାଯାଇ ଏପରି ଲୁଟ୍‌ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି। ମାତ୍ର ଏଟିଏମ୍‌ରୁ ଟଙ୍କା ଲୁଟ୍‌ ହୋଇଛି କି ନାହିଁ ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି।