ଏଟିଏମ୍‌ ଭାଙ୍ଗିଦେଲେ ଦୁର୍ବୃତ୍ତ

ଅମରପାଲି,୨୯।୮(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢୀସ୍ଥିତ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଏଟିଏମ୍‌କୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଟଙ୍କା ଲୁଟ୍‌ ଉଦ୍ଦେଶ୍ୟରେ ଷ୍ଟେଟ୍‌ବ୍ୟାଙ୍କ କ୍ୟାମ୍ପସରେ ଥିବା ଏଟିଏମ୍‌କୁ ଭାଙ୍ଗିଛନ୍ତି। ମାତ୍ର ସେମାନେ ଟଙ୍କା ଚୋରି କରି ନେଇଛନ୍ତି ନା ନାହିଁ ଜଣାପଡ଼ିନାହିଁ। ବୁଧବାର ସନ୍ଧ୍ୟାରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରାଯାଇଥିଲା। ଏନେଇ ବୀରମହାରାଜପୁର ଥାନା ଅଧିକାରିଣୀଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ପୋଲିସ ଯାଇ ତଦନ୍ତ କରୁଛି ବୋଲି କହିଛନ୍ତି।