Categories: ପୁରୀ

ଏଟିଏମ୍‌ ଭାଙ୍ଗି ଟଙ୍କା ଚୋରି ଉଦ୍ୟମ

କୃଷ୍ଣପ୍ରସାଦ,୧୬ା୬(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ଶନିବାର ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ଟଙ୍କା ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରବିବାର ସକାଳେ ବ୍ୟାଙ୍କକୁ ଲାଗି ରହିଥିବା ଏଟିଏମ୍‌ଟି ଭାଙ୍ଗି ଯାଇଥିବା ଲୋକେ ଦେଖିଥିଲେ ା ଖବର ପାଇ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ ା ବ୍ୟାଙ୍କ ପକ୍ଷରୁ ଏ ନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରାଯାଇଥିଲା। ପ୍ରଥମେ ସିସି କ୍ୟାମେରା ଭାଙ୍ଗି ପରେ ଦୁର୍ବୃତ୍ତ ଏଟିଏମ୍‌ ଭାଙ୍ଗି ଟଙ୍କା ଚୋରି ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ନ ଥିଲେ। ତେବେ ଏଟିଏମ୍‌ର କେବଳ ସମ୍ମୁଖ ପାର୍ଶ୍ୱଟି ଭାଙ୍ଗିଯାଇଛି। ଘଟଣାଟି ଭୋର ୩ଟା ପରେ ଘଟିଥିବା ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀନିବାସ ଦାସ ମତ ପ୍ରକାଶ କରିଛନ୍ତି ା ସେ କହିଛନ୍ତି, ଘଟଣା ଦିନ ଭୋର ୩ଟା ସମୟରେ ପୋଲିସ ଗାଡ଼ି ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏଟିଏମ୍‌ଟି ଭାଙ୍ଗି ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଶାଖା ପରିଚାଳକ କୃଷ୍ଣପ୍ରସାଦ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ା ସିସି କ୍ୟାମେରା ଫୁଟେଜ୍‌ରୁ ଦୁର୍ବୃତ୍ତଙ୍କୁ ଗିରଫ କରିବା ନେଇ ଆଶା ରହିଛି ବୋଲି ଶାଖା ପରିଚାଳକ କହିଥିଲେ ା ଅପରପକ୍ଷେ ଏଟିଏମରୁ ଚୋରି ଉଦ୍ୟମରୁ ବିଫଳ ହେବା ପରେ ଚୋର ବଜ୍ରକୋଟ ବଜାରସ୍ଥିତ ଏକ ଫଳ ଦୋକାନ ଭାଙ୍ଗି ୨ ହଜାର ଟଙ୍କା ସହ କିଛି ଫଳ ନେଇ ଯାଇଥିବା ଅଭିଯୋଗ ହୋଇଛି।