ଏଟିଏମ୍‌ ମେଶିନରେ ପରିସ୍ରା କଲେ କନଷ୍ଟେବଳ, ଭିଡିଓ ଭାଇରାଲ

ବାରିପଦା ଅଫିସ,୫।୯- ବାରିପଦା ମ୍ୟୁନିସିପାଲିଟି ସଂଲଗ୍ନ ଏକ ଏଟିଏମ୍‌ରେ ଜନୈକ ପୋଲିସ କର୍ମଚାରୀ ପରିସ୍ରା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ସେ ମୟୂରଭଞ୍ଜ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ବେଳେ ବିଶୃଙ୍ଖଳା ଆଚରଣ ପାଇଁ ୨ ବର୍ଷ ପୂର୍ବେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ଏପରିକି ସେ ୬ ମାସ ଧରି ନିଖୋଜ ଥିଲେ। ବୁଧବାର ରାତିରେ ନିଶାସକ୍ତ ଅବସ୍ଥାରେ ସେ ଉକ୍ତ ଏଟିଏମ୍‌ ମେଶିନରେ ପରିସ୍ରା କରୁଥିବା ବେଳେ କିଛି ଲୋକେ ଏହାର ଭିଡିଓ ଭାଇରାଲ କରିଥିଲେ। ତେବେ ଏଭଳି ଘଟଣା ଲଜ୍ଜାଜନକ ଏବଂ ନିନ୍ଦନୀୟ ବୋଲି ସହରବାସୀ ଆଲୋଚନା କରୁଛନ୍ତି।

Share