Categories: ବାଣିଜ୍ୟ

ଏଟିଏମ୍‌ ଲାଗି କାନାରା ବ୍ୟାଙ୍କର ଅଭିନବ ଓଟିପି ସୁରକ୍ଷା

ଭୁବନେଶ୍ୱର, ୨୯-୮: ଏଟିଏମ୍‌ ବ୍ୟବହାରକୁ ସୁରକ୍ଷିତ କରିବା ଲାଗି କାନାରା ବ୍ୟାଙ୍କ ପକ୍ଷରୁ ଅଭିନବ ଓ୍ବାନ ଟାଇମ ପାସଓ୍ବାର୍ଡ(ଓଟିପି) ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣିକି ଏଟିଏମରୁ ଟଙ୍କା ଉଠାଇବାକୁ ଯିବା ବେଳେ ମୋବାଇଲ ସାଥିରେ ନେଇ ଯିବାକୁ ପଡିବ। କାରଣ ଗ୍ରାହକ ଟଙ୍କା ଉଠାଣ ଲାଗି ମୋବାଇଲକୁ ଓଟିପି ଆସିବ। ଏଟିଏମରୁ ୧୦ ହଜାର ଟଙ୍କା କିମ୍ବା ତଦୁର୍ଦ୍ଧ୍ୱ ଉଠାଣ କରୁଥିଲେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଗ୍ରାହକ ଓଟିପି ଲାଭ କରିପାରିବେ। ଓଟିପିକୁ ଏଟିଏମ୍‌ରେ ଏଣ୍ଟ୍ରି କରିବା ପରେ ଟଙ୍କା ଉଠାଇବାକୁ ଗ୍ରାହକ ସକ୍ଷମ ହୋଇ ପାରିବେ। କାନାରା ବ୍ୟାଙ୍କ ପ୍ରଥମ କରି ଏଭଳି ବ୍ୟବସ୍ଥା ଗ୍ରହଣ କରିଥିବା ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏହା ଦ୍ୱାରା ଏଟିଏମ୍‌ କାରବାର ବେଳେ ହେଉଥିବା ଠକାମୀକୁ ରୋକାଯାଇ ପାରିବ ବୋଲି ସେ କହିଛନ୍ତି। ଓଡିଶା ସମେତ ଅନ୍ୟ ରାଜ୍ୟରେ କାନାରା ବ୍ୟାଙ୍କର ଏଟିଏମ୍‌ରେ ଏହି ସୁବିଧା ଉପଲବ୍ଧ।

Share