ଏଟିଏମ୍‌, ଶାଖାରେ ଟଙ୍କାର ଅଭାବ ରଖନାହିଁ

ଭୁବନେଶ୍ୱର, ୨୧ା୩(ବ୍ୟୁରୋ): କରୋନା କଟକଣା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବ୍ୟାଙ୍କକୁ ଶୁକ୍ରବାର ଅର୍ଥ ବିଭାଗ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସ୍ଥିତିରେ ବ୍ୟାଙ୍କଗୁଡିକ ପର୍ଯ୍ୟାପ୍ତ ପରିମାଣର ଟଙ୍କା ବ୍ୟାଙ୍କ ଶାଖା ସମେତ ଏଟିଏମ୍‌ଗୁଡ଼ିକରେ ମହଜୁଦ ରଖିବାକୁ କୁହାଯାଇଛି। ବ୍ୟାଙ୍କ ଶାଖା ଓ ଏଟିଏମ୍‌ଗୁଡ଼ିକରେ ଭବିଷ୍ୟତରେ ଯେପରି ନଗଦ ଟଙ୍କାର ଅଭାବ ପରିଲକ୍ଷିତ ନ ହୁଏ ତାହାକୁ ସୁନିଶ୍ଚିତ କରିବାକୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share