Categories: ଖେଳ

ଏଟିକେ ଦଳରେ ଫିଜି ଷ୍ଟ୍ରାଇକର

କୋଲକାତା,୧୮।୬(ପିଟି)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ପୂର୍ବତନ ଚାମ୍ପିୟନ ଆଟଲେଟିକୋ ଡେ କୋଲକାତା ପରବର୍ତ୍ତୀ ସିଜନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ମଙ୍ଗଳବାର ଫିଜିଆନ ଫରଓ୍ବାର୍ଡ ରୟ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି। କ୍ରିଷ୍ଣା ଷ୍ଟ୍ରାଇକର ଭାବେ ଅନ୍ତିମ ଥର ଓ୍ବେଲିଂଟନ ଫୋନିକ୍ସ ଏଫ୍‌ସି ଲାଗି ଏ-ଲିଗ ଖେଳିଥିଲେ। ଫିଜି ଜାତୀୟ ଦଳର ଅଧିନାୟକଙ୍କ ନିକଟରେ ଗୋଲ ସ୍କୋର ଓ ନେତୃତ୍ୱ ନେବାର ଦକ୍ଷତା ରହିଛି। ଆମ ଶକ୍ତିବୃଦ୍ଧି କରିବା ସହ ସେ ଦଳରେ ଭିନ୍ନତା ଆଣିବେ। କ୍ରିଷ୍ଣାଙ୍କ ଭଳି ଖେଳାଳି ଦଳରେ ପାଇ ମୁଁ ଅତ୍ୟନ୍ତ ଖୁସୀ ବୋଲି ମୁଖ୍ୟ କୋଚ୍‌ ଆଣ୍ଟିନୋ ଲୋପେଜ ହାବସ କହିଛନ୍ତି। ସେ ଗତ ସିଜନରେ ଅଷ୍ଟ୍ରେଲିଆ କ୍ଲବ ଓ୍ବେଲିଂଟନ ଫୋନିକ୍ସ ପାଇଁ ୨୭ ମ୍ୟାଚ୍‌ ଖେଳି ୧୯ ଗୋଲ ଦେଇଥିଲେ।

Share