Categories: ଖେଳ

ଏଟିକେ ସହିତ ମୋହନବାଗାନର ମିଶ୍ରଣ

କୋଲକାତା, ୧୭ା୧ (ପି.ଟି.)- ମୋହନବାଗାନ ଫୁଟ୍‌ବଲ ଟିମ୍‌ର ଏଟିକେ ଏଫ୍‌ସି ସହିତ ବିଲୟ ଘଟିଛି। ଆସନ୍ତା ସିଜନଠାରୁ ଏହି ଦୁଇ ଦଳ ମିଳିତ ହୋଇ ଏଟିକେ-ମୋହନ ବାଗାନ ନାମରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ଖେଳିବ। ଜୁନ୍‌ରେ ଦୁଇ ଦଳର ବିଧିବଦ୍ଧ ମିଶ୍ରଣ ଘଟିବ। ତେବେ ଦୁଇ ଦଳ ଚଳିତ ଆଇ-ଲିଗ୍‌ ଏବଂ ଆଇଏସ୍‌ଏଲ ସିଜନରେ ପୃଥକ୍‌ ପୃଥକ ଦଳ ଭାବେ ଖେଳ ଜାରି ରଖିବେ। ଗୁରୁବାର ହୋଇଥିବା ଚୁକ୍ତି ଅନୁସାରେ ମୋହନ ବାଗାନ ଫୁଟ୍‌ବଲ କ୍ଲବ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ୍‌ (ଆରପିଏସ୍‌ଜି)ର ୮୦ ପ୍ରତିଶତ ଅଂଶଧନ ଏଟିକେର ମୁଖ୍ୟ ମାଲିକ ଆର୍‌ପି ରାଜୀବ ଗୋଏଙ୍କା ଗ୍ରୁପ୍‌ କ୍ରୟ କରିଛନ୍ତି। ଆର୍‌ପିଏସ୍‌ଜି ଗ୍ରୁପ୍‌ର ଚେୟାରମ୍ୟାନ ସଞ୍ଜୀବ ଗୋଏଙ୍କା କହିଛନ୍ତି ଆମ ପରିବାର ସହିତ ଯୋଗ ଦେଇଥିବା ମୋହନ ବାଗାନକୁ ଆମେ ଆନ୍ତରିକତାର ସହିତ ସ୍ବାଗତ କରୁଛୁ। ମୋ ସ୍ବର୍ଗତ ପିତା ଆର୍‌.ପି. ଗୋଏଙ୍କା ଏକଦା ମୋହନ ବାଗାନର ଜଣେ ସଦସ୍ୟ ଥିବାରୁ ଦୁଇ ଦଳର ମିଶ୍ରଣରେ ମୁଁ ଭାବ ବିହ୍ବଳ ହୋଇପଡ଼ିଛି।

Share