ଏଟିପି ଫାଇନାଲ୍ସ: ଥିମ୍‌ଙ୍କଠାରୁ ହାରିଲେ ଫେଡରର

ଲଣ୍ଡନ,୧୧।୧୧(ଏଏଫ୍‌ପି): ସ୍ଥାନୀୟ ଓ୨ ଏରିନାରେ ରବିବାର ଏଟିପି ଫାଇନାଲ୍ସ ଆରମ୍ଭ ହୋଇଛି। ସେସନ ଶେଷରେ ଆୟୋଜିତ ହେଉଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ସୁଇଜରଲାଣ୍ଡ ଅଭିଜ୍ଞ ଖେଳାଳି ରୋଜର ଫେଡରର ଅଷ୍ଟ୍ରିଆର ଡୋମିନିକ ଥିମଙ୍କଠାରୁ ୭-୫, ୭-୫ ସେଟରେ ପରାସ୍ତ ହୋଇଛନ୍ତି। ଫଳରେ ପୂର୍ବରୁ ୬ଥର ଟାଇଟଲ ହାସଲ କରିଥିବା ଫେଡରର ଏହି ଟୁର୍ନାମେଣ୍ଟରୁ ବିଦା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଚଳିତ ସପ୍ତାହରେ ପରେ ଫେଡେରର ଓ ଜୋକୋଭିଚ୍‌ ମୁହଁାମୁହିଁ ହେବେ। ବର୍ତ୍ତମାନ ଅଗ୍ରଗତି କରିବାକୁ ହେଲେ ୩୮ ବର୍ଷୀୟ ଫେଡରରଙ୍କୁ ଜୋକୋଭିଚ୍‌ଙ୍କ ବିପକ୍ଷ ମ୍ୟାଚ୍‌ରେ ବିଜୟୀ ହେବ ଅପରିହାର୍ଯ୍ୟ ହୋଇପଡିଛି।
ଟୁର୍ନାମେଣ୍ଟର ଅନ୍ୟଏକ ମ୍ୟାଚ୍‌ରେ ଜୋକୋଭିଚ୍‌ ଇଟାଲୀର ମାଟେଓ ବେରେଟିନୀଙ୍କୁ ୬-୨, ୬-୧ ସେଟରେ ପରାସ୍ତ କରିଛନ୍ତି। ଏଥର ସଫଳ ହେଲେ ଜୋକୋଭିଚ୍‌ ଷଷ୍ଠଥର ପାଇଁ ଏଟିପି ଫାଇନାଲ୍ସ ଟାଇଟଲ ହାସଲ କରି ରେକର୍ଡର ସମକକ୍ଷ ହେବେ। ନିଜ ପ୍ରଦର୍ଶନରେ ଫେଡରର ନିରାଶ ଜାହିର କରିଛନ୍ତି। ଉଲ୍ଲେଖଥାଉ କି, ସେସନ ଶେଷରେ ଆୟୋଜନ ହେଉଥିବା ଏଟିପି ଫାଇନାଲ୍ସ ଟୁର୍ନାମେଣ୍ଟରେ ବର୍ଷର ଶ୍ରେଷ୍ଠ ୮ ଜଣ ଖେଳାଳି ଅଂଶଗ୍ରହଣ କରିଥାନ୍ତି। ରାଉଣ୍ଡ- ରବିନ ଫର୍ମାଟରେ ଖେଳାଯାଉଥିବା ଏହି ଟୁର୍ନାମେଣ୍ଟରେ ଶ୍ରେଷ୍ଠ ୪ ଖେଳାଳି ସିଙ୍ଗଲ୍ସ ଓ ଶ୍ରେଷ୍ଠ ୪ ଡବଲ୍ସ ଯୋଡି ନକ୍‌ଆଉଟ ପର୍ଯ୍ୟାୟ ତଥା ସେମିଫାଇନାଲରେ ପ୍ରବେଶ କରିଥାନ୍ତି।