Posted inଖେଳ

ଏଟିପି ଫାଇନାଲ୍ସ: ସେମିଫାଇନାଲରେ ସିତ୍‌ସିପାସ

ଲଣ୍ଡନ, ୧୪।୧୧ (ଏଏଫ୍‌ପି)- ଗ୍ରାଣ୍ଡସ୍ଲାମ ପରେ ବର୍ଷର ଦ୍ୱିତୀୟ ଶ୍ରେଷ୍ଠ ଟେନିସ ପ୍ରତିଯୋଗିତା ଏଟିପି ଫାଇନାଲ୍ସରେ ଗ୍ରୀକର ଷ୍ଟିଫାନୋସ ସିତ୍‌ସିପାସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାର ଗ୍ରୁପ୍‌ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ୨୧ ବର୍ଷୀୟ ସିତ୍‌ସିପାସ ୬-୩, ୬-୨ ସିଧାସଳଖ ସେଟ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆଲେକ୍ସଜାଣ୍ଡର ଜେଭରେଭଙ୍କୁ ପରାସ୍ତ କରିଛନ୍ତି। ଜେଭରେଭଙ୍କ ବିପକ୍ଷରେ ସିତ୍‌ସିପାସଙ୍କ ଏହା ୫ମ ମୁକାବିଲାରୁ ୪ର୍ଥ ବିଜୟ ରହିଥିଲା। ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ସିତ୍‌ସିପାସ ଗ୍ରୁପ୍‌ ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍‌ରେ ଶୁକ୍ରବାର ସ୍ପାନିଶ ତାରକା ରାଫେଲ ନାଡାଲଙ୍କୁ ଭେଟିବେ। ନାଡାଲ ଲଗାତର ୧୫ଥର ଲାଗି ଏହି ପ୍ରତିଯୋଗିତାକୁ ସିଧାସଳଖ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ କେବେହେଲେ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିନାହାନ୍ତି। ରୋଜର ଫେଡରର ରେକର୍ଡ ୬ଥର ପାଇଁ ଏଟିପି ଫାଇନାଲ୍ସ ଟ୍ରଫି ଜିତିଥିବାବେଳେ ତାଙ୍କ ପଛକୁ ସର୍ବିୟାର ନୋଭାକ ଜୋକୋଭିଚ୍‌ (୫) ରହିଛନ୍ତି। ପୁରୁଷ ସିଙ୍ଗଲ୍ସର ଶ୍ରେଷ୍ଠ-୮ ଖେଳାଳି ଏହି ପ୍ରତିଯୋଗିତାକୁ ଖେଳିବାକୁ ସିଧାଳସଖ ଯୋଗ୍ୟତା ହାସଲ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିଦ୍‌ରେ ଅଟଳ ପାକିସ୍ତାନ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଘନଉଛି ବିବାଦ, ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୨।୧୧: ୨୦୨୫ ଚାମ୍ପିଅନ୍ସ ଟ୍ରଫିକୁ ନେଇ ବିବାଦ ଲାଗିରହିଛି। ବିସିସିଆଇ ଆଇସିସିକୁ କହିଛି ଯେ, ଟିମ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଯିବ ନାହିଁ। ତଥାପି...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ବିଶ୍ୱର ନମ୍ବର-୧ ଖେଳାଳି

କାବୁଲ,୧୨।୧୧: ଆଫଗାନିସ୍ତାନ କ୍ରିକେଟ ଦଳକୁ ଉଚ୍ଚ ସ୍ଥାନକୁ ନେବାରେ ମହମ୍ମଦ ନବି ଏକ ମହତ୍ୱପୂର୍ଣ ଅବଦାନ ରଖିଛି। କିନ୍ତୁ ହଠାତ୍‌ ସେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି।...

ଫିଟ୍‌ ହେଲେଣି ଶାମି, ବର୍ଷେ ପରେ ଏହିଦିନ ଖେଳିବେ ତାଙ୍କର ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୧୨।୧୧: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ଏବେ ସେ...

ରେଫରିଙ୍କୁ ମୁଥ ମାରି ଜେଲ୍‌ ଗଲେ ଫୁଟ୍‌ବଲ କ୍ଲବ ସଭାପତି

ଆଙ୍କାରା (ତୁର୍କୀ), ୧୨ା୧୧: ରେଫରିଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତୁର୍କୀର ଏକ କୋର୍ଟ ଦେଶର ଜଣେ ଆଗାଧାଡ଼ିର ଫୁଟ୍‌ବଲ କ୍ଲବ ସଭାପତିଙ୍କୁ ୩ ବର୍ଷ ଓ...

କେକେଆରର ନୂଆ ଅଧିନାୟକଙ୍କ ନାଁ ଶୁଣି କରିପାରିବେନି ବିଶ୍ୱାସ, ଜାଣନ୍ତୁ ଆୟରଙ୍କ ସ୍ଥାନରେ କାହାକୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୧୨।୧୧: ଆଇପିଏଲ ୨୦୨୫ ସମ୍ବନ୍ଧରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁୁ ଆସୁଛି । ଏବେ କୋଲକାତା ନାଇଟ ରାଇଡର୍ସ କ୍ୟାମ୍ପରୁ ଏକ ବଡ଼ ଖବର...

ବୁମ୍‌ରାଙ୍କୁ ଡରିଗଲେ ଏହି ଅଷ୍ଟ୍ରେଲିଆ କ୍ରିକେଟର୍‌: କହିଦେଲେ ଏମିତି କଥା

ସିଡନୀ,୧୨।୧୧: ଅଷ୍ଟ୍ରେଲିଆ ନାଥନ ମ୍ୟାକସ୍ବେନି ଭାରତ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଡେବ୍ୟୁ କରିବାର ସମ୍ଭାବନା ରହିଛି। କଙ୍ଗାରୁକୁ ଭଲ ଆରମ୍ଭ କରିବାର ଦାୟିତ୍ୱ ନାଥାନ ମ୍ୟାକସ୍ବେନିଙ୍କ...

ଗାଭାସ୍କରଙ୍କ ଚେତାବନୀ: ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆରେ ଦୋହରାଇବାକୁ ଯାଉଛି ନ୍ୟୁଜିଲ୍ୟାଣ୍ଡ ଭଳି ଭୁଲ!

ନୂଆଦିଲ୍ଲୀ,୧୨।୧୧: ଅଷ୍ଟ୍ରେଲିଆ ଗସ୍ତରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କରିଥିବା ସମାନ ଭୁଲକୁ ଭାରତୀୟ କ୍ରିକେଟ ଟିମ୍‌ ପୁଣିଥରେ ଦୋହରାଇବାକୁ ଯାଉଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ପ୍ରଥମ ଥର...

ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ନ ଗଲେ ପରିଣାମ କ’ଣ ହେବ: ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧:ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ସୁରକ୍ଷା ଦୃଷ୍ଟିରୁ ଟିମ ଇଣ୍ଡିଆ ପାକିସ୍ତାନ ଯିବା ଉଚିତ ନୁହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri