Advertisement

ଏଠାରେ ବର୍ଷରେ ୫ଦିନ ସ୍ତ୍ରୀ-ସ୍ବାମୀ ହସିବା ମନା

ବାରାଣସୀର ମଣିକର୍ନିକା ଘାଟ ଅଞ୍ଚଳରେ ଥିବା ପିଡି ଗାଁରେ କାହିଁ କେଉଁ କାଳରୁ ଚାଲିଆସିଛି ଏକ ପରମ୍ପରା। ଦମ୍ପତିଙ୍କ ପାଇଁ ଏହି ପରମ୍ପରା ବେଶ କଡାକଡି ଭାବେ ପାଳନ କରାଯାଇଥାଏ। କେହି ଏହାକୁ ପାଳନ ନ କଲେ ଏହାକୁ ଅବମାନନାର ଚରମ ସୀମା ବୋଲି ଧରି ନିଆଯାଏ। ତେବେ ଏଠାରେ ବର୍ଷକୁ ୫ ଦିନ ଦମ୍ପତିଙ୍କୁ ଏହି ପରମ୍ପରା ପାଳନ କରିବାକୁ ପଡିଥାଏ। ଅଗଷ୍ଟ ୧୭ରୁ ୨୧ ତାରିଖ ମଧ୍ୟରେ ଏହା ପାଳନ କରାଯାଇଥାଏ। ଏହି ସମୟରେ ସ୍ତ୍ରୀ-ସ୍ବାମୀ କେହି କାହା ସହିତ ହସଖୁସି କରିବା ମନା। ପୁଣି ଏହି ୫ ଦିନ ମଦ୍ୟପାନ ବି ନିଷେଧ ହୋଇଥାଏ। ଗଁା ଲୋକଙ୍କ ଅନୁଯାୟୀ, ଯେତେବେଳେ ଲାହୁଆ ଘୋଣ୍ଡ ଦେବତା ପିଡି ଗାଁକୁ ଆସିଥିଲେ ସେତେବେଳେ ଏଠାରେ ରାକ୍ଷସଙ୍କର ରାଜୁତି ଚାଲିଥିଲା। ଏହି ରାକ୍ଷସମାନେ ମଣିଷଙ୍କୁ ମାରି ଦେଉଥିଲେ। ଲାହୁଆ ଘୋଣ୍ଡ ଦେବତା ଏହା ଦେଖିବା ପରେ ଏଠାରେ ଥିବା ରାକ୍ଷସଙ୍କୁ ୫ ଦିନ ମଧ୍ୟରେ ବିନାଶ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ୫ ଦିନକୁ ଏହିଭଳି ଢଙ୍ଗରେ ପାଳନ କରି ଆସୁଛନ୍ତି ଏଠାକାର ଅଧିବାସୀ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share