Categories: ଜାତୀୟ

୨୨ ଟଙ୍କାରେ ମିଳୁଛି ପିଆଜ

ନୂଆଦିଲ୍ଲୀ,୨୪।୯: ପିଆଜ କିଲୋକୁ ୮୦। ସମଗ୍ର ଦେଶରେ ପୁଣି ଥରେ ବୃଦ୍ଧି ପାଇଛି ପିଆଜ ଦର। ଦର ବୃଦ୍ଧିକୁ ନେଇ ଲୋକେ ଚିନ୍ତାରେ ପଡିଯାଇଛନ୍ତି । ଗତ ସପ୍ତାହ ତଳେ ପିଆଜ କିଲୋ ୩୫ ଟଙ୍କା ଥିବା ବେଳେ ଏବେ ୮୦ ଟଙ୍କା ଟପିଛି। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୨ ଟଙ୍କା କିଲୋ ହିସାବରେ ପିଆଜ ବିକ୍ରି କରାଯାଉଛି। ଏଥିପାଇଁ ସରକାରୀ ବିକ୍ରୟ କେନ୍ଦ୍ର ଆଗରେ ଲୋକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ରାଜ୍ୟକୁ ଅଧିକାଂଶ ପିଆଜ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଏବଂ କର୍ନାଟକରୁ ଯାଇଥାଏ। ସେଠାରେ ବର୍ଷା ଯୋଗୁ ଚଳିତବର୍ଷ ଫସଲ କ୍ଷତି ହୋଇଛି। ଫଳରେ ସେହି ସବୁ ରାଜ୍ୟ ଗୁଡିକରୁ ପିଆଜ ଉତ୍ପାଦନ କମିଛି।

Share