ଏଠାରେ ଲୋକେ ଭୟରେ କରନ୍ତିନି ଦୁର୍ଗା ପୂଜା…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଯାଇଥାଏ। ଝାଡ଼ଖଣ୍ଡର ୪ଟି ଜିଲାରେ ଶାରଦୀୟ ଦୁର୍ଗା ପୂଜା ପାଳିତ ହୋଇ ନ ଥାଏ। ଏଠାରେ ବାସ କରୁଥିବା ଅସୁର ଜନଜାତି ଦେବୀଙ୍କ ପୂଜା କଲେ ପରିବାର ଧ୍ୱଂସ ହେବ ବୋଲି କରିଥାନ୍ତି ବିଶ୍ୱାସ। ଅତି ପ୍ରାଚୀନ କାଳରୁ ଏଠାରେ ଏଭଳି ପରମ୍ପରା ଚଳି ଆସିଛି। ଏଠାକାର ଗଢ଼ଓ୍ବା, ପଲାମୁ, ଲାତେହାର,ଲୋହରଦଗା ପ୍ରଭୃତି ଜିଲାରେ ଦଶହରା ଦିନ କେହି ଘରୁ ବାହାରକୁ ବାହାରି ନ ଥାନ୍ତି। ଘରୁ ବାହାରିଲେ ଦେବୀଙ୍କ ପ୍ରକୋପ ପଡ଼ିବ ବୋଲି ସେମାନେ କହିଥାନ୍ତି। ନେତରହାଟ ପଞ୍ଚାୟତରେ ଅସୁର ଜନଜାତିର ୪୨ ପରିବାର ବାସ କରୁଛନ୍ତି। ଅସୁର ଜନଜାତିଙ୍କ ଜନସଂଖ୍ୟା ଏଠାରେ ୨୫୦ ରହିଛି।

Share