ଉତ୍ତର କୋରିଆର ଶାସକ କିମ-ଜଙ୍ଗ-ଉନଙ୍କ କ୍ରୁର ଶାସନରେ ଅତିଷ୍ଠ ହୋଇ ଅନେକ ଲୋକ ଶରଣ ନେବାକୁ ଦକ୍ଷିଣ କୋରିଆ ଚାଲି ଆସୁଛନ୍ତି। ଏମିତିକି ସେଠାକାର ଯୁବବର୍ଗ ମଧ୍ୟ କିମଙ୍କ ଶାସନରେ ଏବେ ଅତିଷ୍ଠ ହୋଇ ପଡିଥିବା ଜଣାପଡିଛି। ନିକଟରେ ନାରା କାଙ୍ଗ ନାକ ଜଣେ ଅଭିନେତ୍ରୀ ଉତ୍ତର କୋରିଆରୁ ପଳାଇ ଆସିବା ପରେ ସେଠାକାର ଶାସନ ବିଷୟରେ ବଖାଣିଥିଲେ। ସେ କହିଥିଲେ ଉତ୍ତର କୋରିଆରେ ଲୋକଙ୍କର ସ୍ବାଧିନତା ବୋଲି କିଛି ନାହିଁ। ତା ସାଙ୍ଗକୁ ନାନା ପ୍ରକାର କଟକଣା ଲୋକଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି। ତେବେ ଉତ୍ତର କୋରିଆରେ ଲାଲ ରଙ୍ଗର ଲିପଷ୍ଟିକ ଲଗାଇବା ମନା ବୋଲି ସେ କହିଛନ୍ତି। ଉତ୍ତର କୋରଆରେ ଲାଲ ରଙ୍ଗ ଲିପଷ୍ଟିକକୁ କ୍ୟାପିଟାଲିଜମର ପ୍ରତୀକ ବୋଲି ଭାବିନେଇ ଥିବାରୁ ସେଠାରେ ଲାଲ ରଙ୍ଗର ଲିପଷ୍ଟିକ ଲଗାଇବା ଅପରାଧ। ତେଣୁ ସେଠାରେ ଲାଲ ଲିପଷ୍ଟିକକୁ ବ୍ୟାନ କରାଯାଇଛି। ମହିଳାମାନେ ଅତିବେଶୀରେ ପିଙ୍କ କଲର ଲିପଷ୍ଟିକ ଲଗାଇ ପାରିବେ। ଏଠାରେ ମୁଦି ଓ ବ୍ରେସଲେଟ ଲଗାଇବାକୁ ମଧ୍ୟ ବାରଣ କରାଯାଇଛି। କେହି ଯଦି କେବେ ମେକଅପ୍ ନେବାକୁ ଇଚ୍ଛା କରନ୍ତି ତେବେ ପ୍ରତି ୧୦ ମିଟରରେ ଥିବା ମେକଅପ୍ ପୋଲିସ ତାଙ୍କ ଉପରେ ନଜର ରଖିଥିବାରୁ ଉତ୍ତର କୋରିଆର କୌଣସି ମହିଳା ମେକଅପ୍ ନେବାକୁ ଭୟ କରିଥାଆନ୍ତି ବୋଲି କୁହାଯାଏ।