ଏଠି ଡାକ୍ତରଙ୍କ ଅବସାଦ ଦୂର କରୁଛି କୁକୁର

ଓ୍ବାଶିଂଟନ,୩୧।୩: କରୋନା ଭାଇରସ ଏବେ ଇଟାଲୀ ଓ ଆମେରିକାରେ ତା’ର କାୟା ବିସ୍ତାର କରିବାରେ ଲାଗିିଛି। ଦିନକୁ ଏଠାରେ ଶହ ଶହ ଲୋକ କରୋନାରେ ସଂକ୍ରମିତ ହେଉଥିବା ବେଳେ ଶହ ଶହ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଇଟାଲୀ ଓ ଆମେରିକାରେ ଏବେ କରୋନା ରୋଗୀଙ୍କ ଚିକତ୍ସା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ୨୪ ଘଣ୍ଟା କାମ କରୁଥିବା ଦେଖାଯାଇଛି। ଏହି ସମୟରେ ଏମାନଙ୍କୁ ମାନସିକ ଅବସାଦ ହେଉଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ଏହି ଅବସାଦ ଦୂର କରିବା ପାଇଁ ଏବେ ଡାକ୍ତରଙ୍କୁ ଡଗ୍‌ ଥେରାପି ଦିଆଯାଉଛି ବୋଲି ଜଣାପଡିଛି। ଅର୍ଥାତ୍‌ ଆମେରିକାରେ ଓ୍ବାନ ନାମକ ଏକ କୁକୁର ଡାକ୍ତରଙ୍କ ଅବସାଦ ଦୂର କରୁଥିବା କୁହାଯାଉଛି। ଯେତେବେଳେ ଡେନଭରରେ ଥିବା ହସ୍ପିଟାଲର ଡାକ୍ତର ଅବା ସ୍ବାସ୍ଥ୍ୟକର୍ମୀମାନେ ହାଲିଆ ହୋଇ ପଡୁଛନ୍ତି ସେମାନେ ଓ୍ବାନ ସାଙ୍ଗରେ ସମୟ କାଟିବାକୁ ପସନ୍ଦ କରୁଛନ୍ତି। ହେଲେ ଏହା ପୂର୍ବରୁ ଏମାନେ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍‌ ହୋଇ ଉକ୍ତ କୁକୁର ପାଖକୁ ଆସୁଛନ୍ତି। କୁହାଯାଉଛି ଅବସାଦ ଦୂର କରିବାକୁ ଆମେରିକା ଓ ଇଟାଲିର ଲୋକେ ଡଗ୍‌ ଥେରାପିକୁ ଆପଣାଇ ଥାଆନ୍ତି। ତେଣୁ ଜଣେ ସିନିୟର ଡାକ୍ତରଙ୍କ କୁକୁର ଓ୍ବାନ ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଅବସାଦ ଦୂର କରୁଛି ବୋଲି କୁହାଯାଉଛି। ଆମେରିକା ଓ ବ୍ରିଟେନରେ ଲୋକେ ଡଗ୍‌ ଥେରାପି ମାଧ୍ୟମରେ ଅବସାଦ ଦୂର କରନ୍ତି ବୋଲି କୁହାଯାଏ।

Share