ଏଠି ଦ୍ୱିତୀୟ ବିବାହ ଗ୍ରହଣଯୋଗ୍ୟ

ଭାରତରେ ଦ୍ୱିତୀୟ ବିବାହ ଆଇନ ସମ୍ମତ ନୁହେଁ। ପ୍ରଥମ ସ୍ତ୍ରୀ ଥିବା ପର୍ଯ୍ୟନ୍ତ ଜଣେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ହେଲେ ରାଜସ୍ଥାନ ବାଡମେର ଜିଲା ଦେରାସର ଗାଁରେ ଥିବା ପରମ୍ପରା ସମସ୍ତଙ୍କୁ ଚମକାଇ ଦିଏ। ଏଠାରେ ମୁସଲମାନ ସମ୍ପ୍ରଦାୟର ୭୦ଟି ପରିବାର ବସବାସ କରନ୍ତି। ଏଠାକାର ପୁରୁଷ ଦ୍ୱିତୀୟ ବିବାହ କଲେ ଏହା ଆଲ୍ଲାଙ୍କ ଇଚ୍ଛା ବୋଲି ସେମାନେ କହିଥାଆନ୍ତି। ଉକ୍ତ ଅଞ୍ଚଳର ସମସ୍ତ ପୁରୁଷ ଦ୍ୱିତୀୟ ବିବାହ କରିଥାଆନ୍ତି। ତେବେ ଯେଉଁମାନଙ୍କର ପ୍ରଥମ ସ୍ତ୍ରୀ ଝିଅ ଜନ୍ମ ଦିଅନ୍ତି ଅବା ସନ୍ତାନ ପ୍ରସବ କରିବାକୁ ଅକ୍ଷମ ଥାଆନ୍ତି ସେପରିସ୍ଥଳେ ପୁରୁଷମାନେ ଶୀଘ୍ର ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥାଆନ୍ତି। ଏଥିରେ ପ୍ରଥମ ପତ୍ନୀଙ୍କର କିଛି ଅଭିଯୋଗ ନ ଥାଏ। ତା’ଛଡା ଉଭୟ ସ୍ତ୍ରୀ ମିଳିମିଶି ଚଳିଥାଆନ୍ତି। କେବେବି ଜଣେ ପୁରୁଷଙ୍କ ୨ଟି ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ହେବାର ଦେଖିବାକୁ ମିଳି ନାହିଁ ବୋଲି ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମତ ଦିଅନ୍ତି। ଏବେକାର ଯୁବପିଢି ଆର୍ଥିକ ସମସ୍ୟା ଦୃଷ୍ଟିରୁ ଦ୍ୱିତୀୟ ବିବାହ କରିବାକୁ ଚାହୁଁ ନ ଥିବା ବେଳେ ଏହି ପରମ୍ପରା କିଛି ପରିବାରରେ ସୀମିତ ହୋଇଗଲାଣି।

Share